ଖଳନାୟିକା ହେବେ ରବିନା

ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ନେଇ ନିର୍ଦ୍ଦେଶକ ମନୀଷ ଗୁପ୍ତା ଏକ ଥ୍ରିଲର୍ ମୁଭି ନିର୍ମାଣ କରିବାକୁ ଯାଉଛନ୍ତି। ଏଥିରେ ରବିନାଙ୍କୁ ଖଳନାୟିକା ଭୂମିକାରେ ଦେହିବାକୁ ମିଳିବ। ପୂର୍ବରୁ ମନୀଷ ଷ୍ଟୋନ୍‌ମ୍ୟାନ୍‌ ମଡର୍ସ, ହଷ୍ଟେଲ୍ ଓ ରହସ୍ୟ ଭଳି ଥ୍ରିଲର୍ ମୁଭି ଦର୍ଶକଙ୍କୁ ଭେଟି ଦେଇଛନ୍ତି।

ଅଭିନେତ୍ରୀ ରବୀନା ବଲିଉଡ୍ ସିନେମା ‘ପଥର କେ ଫୁଲ’ ଜରିଆରେ ବଡ଼ ପରଦାରେ ପ୍ରବେଶ କରିଥିଲେ। ଆଉ ପ୍ରଥମ ସିନେମାରୁ ହାସଲ କରିଥିଲେ। ଏହାପରେ ‘ଲାଡଲା’ ଓ ‘ମେ ଖିଲାଡି ତୁ ଅନାଡି’ ଫିଲ୍ମ ପାଇଁ ଦୁଇଥର ଫିଲ୍ମ ଫେୟାର୍ ଓ ‘ଦାମନ’ ଚଳଚ୍ଚିତ୍ର ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ପରେ ଜମାନେ ସେ କ୍ୟା ଡରନା, ଇନ୍‌ସାନିୟତ୍, ଇମ୍‌ତିହାନ, ଅନ୍ଦାଜ ଅପନା ଅପନା, ମୋହରା, ଖିଲାଡିଓଁ କା ଖିଲାଡି, ରକ୍ଷକ, ଗୁଲାମ-ଏ-ମୁସ୍ତାଫା, ଘରୱାଲି ବାହାରୱାଲି, ବଡେ ମିଆଁ ଛୋଟେ ମିଆଁ, ଜଙ୍ଗ୍, ବୁଲନ୍ଦୀ, ସତ୍ତା, ଏଲ୍‌ଓସି କାରଗିଲ୍, ପେହଚାନ, ସ୍ୟାଣ୍ଡୱିଚ୍ ଆଦି ରବିନା ଅଭିନୀତ ଚଳଚ୍ଚିତ୍ର ଦର୍ଶକଙ୍କୁ ଭରପୂର ମନୋରଂଜନ ଦେଇଛି। ରବିନାଙ୍କ ଅଭିନୀତ ‘କେ.ଜି.ଏଫ୍. ଚାପ୍ଟର-୨’ ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ଖଳନାୟିକା ଭୂମିକାରେ ତାଙ୍କର ରବିନାଙ୍କ ପ୍ରଦର୍ଶନ କିପରି ହେଉଛି ଦେଖିବାକୁ ଅପେକ୍ଷା ଦର୍ଶକ ରହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button