ନିଟ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ ଗିରଫ

ନୂଆଦିଲ୍ଲୀ : ନିଟ ପରୀକ୍ଷାରେ ୪ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ଆଜି ଦିଲ୍ଲୀ ପୋଇସ ଗିରଫ କରିଛି। ସେମାନେ ଦିଲ୍ଲୀ ଏମ୍ସର ବୋଲି ଜଣାପଡିଛି।

ଖବର ଅନୁଯାୟୀ ଦିଲ୍ଲୀ ପୋଲିସର ସୂଚନା ହେଲା ଏମ୍ସର ବିଏସସି ରେଡିଓଲୋଜି ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ନରେଶ ବିଷ୍ଣୋଇ ଏହି ଗ୍ୟାଙ୍ଗ ଚଳାଉଥିଲେ। ସେ ତାଙ୍କ ଗ୍ୟାଙ୍ଗରେ ଏମ୍ସର ବିଏସସି ରେଡିଓଲୋଜି ବିଭାଗର ପ୍ରଥମ ବର୍ଷର କିଛି ଛାତ୍ରଙ୍କୁ ସାମିଲ କରିଥିଲେ। ପଚରାଉଚରା ବେଳେ ଜଣାପଡିଛି ଏମ୍ସର ଦ୍ୱିତୀୟ ବର୍ଷ ବିଏସସି ଛାତ୍ର ନରେଶ ବିଷ୍ଣୋଇଙ୍କ ନିର୍ଦ୍ଦେଶରେ ଏହି ଗ୍ୟାଙ୍ଗର କିଛି ଛାତ୍ର ନକଲି ପରୀକ୍ଷାର୍ଥୀ ସାଜି ଅସଲି ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଦେଇଥିଲେ। ନରେଶ ସେମାନଙ୍କୁ ବିପୁଳ ଟଙ୍କା ଦେବାର ଲୋଭ ଦେଇଥିଲେ। ଅଭିଯୁକ୍ତ ଛାତ୍ର ନରେଶ କହିଛନ୍ତି ଯେଉଁ ଛାତ୍ରଛାତ୍ରୀଙ୍କ ପାଇଁ ସେ ପରୀକ୍ଷା ଦେଇଥିଲେ ସେମାନଙ୍କ ସହ ୭ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button