ବୁର୍ଲା : ମେଡ଼ିକାଲ୍‌ କଲେଜ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

ସମ୍ବଲପୁର : ବୁର୍ଲାରେ ଭୀମସାର ଓ ବ୍ରହ୍ମପୁର ଏମ୍‌କେସିଜି ଛାତ୍ରଙ୍କ ମୁହାଁମୁହିଁ ଯୋଗୁ କିଛି ଆହତ ହୋଇଛନ୍ତି। ସେମାନଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। କିନ୍ତୁ ଗଣ୍ଡଗୋଳ କାହିଁକି ଘଟିଲା ତାହା ଜଣାପଡ଼ି ନାହିଁ।

ଖବର ଅନୁଯାୟୀ ବୁର୍ଲା ଭୀମସାର୍‌ରେ ଆନ୍ତଃ ମେଡିକାଲ କଲେଜ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ (ୟୁଫୋରିଆ) ଆୟୋଜନ ହେଉଛି। ଏହି କାର୍ଯ୍ୟକ୍ରମ ଆଜିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା। କ୍ରୀଡ଼ାରେ ଭାଗ ନେବା ପାଇଁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରୁ ୭୦ ଛାତ୍ର ଏକ ବସ୍‌ରେ ବୁର୍ଲା ଯାଇଥିଲେ। ବସ୍‌ଟି ସେଠାରେ ପହଞ୍ଚିବା ପରେ ଭୀମସାର୍‌ ମେଡ଼ିକାଲ୍‌ କଲେଜ ଛାତ୍ରଛାତ୍ରୀମାନେ ୱେଲ୍‌କମ୍ ନାଁରେ ବସ୍‌ ଉପରକୁ ଫାୟାର ଏକ୍ସଟିଂଗୁଇସ ଫିଙ୍ଗିଥିଲେ। ଏଥିରୁ ନିର୍ଗତ ଗ୍ୟାସ୍‌ ସଂସ୍ପର୍ଶରେ ଆସି ୬ ଜଣ ଛାତ୍ର ଅସୁସ୍ଥ ହୋଇପଡ଼ିବାରୁ ସେମାନଙ୍କୁ ଭୀମ୍‌ସାର ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଜଣେ ଛାତ୍ରଙ୍କ ଅବସ୍ଥା ଗୁରୁତର ରହିଛି।

ଏହି ଖବର ପ୍ରକାଶ ପାଇବା ପରେ ଏମ୍‌କେସିଜିରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେଠାକୁ ଯାଇଥିବା ଛାତ୍ରମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଉଥିବା ମେଡ଼ିକାଲ୍‌ ସୂତ୍ରରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button