ଭାରତ ଉପରେ ପ୍ରତିଶୋଧ ନେବାକୁ ଖଲିସ୍ତାନୀଙ୍କ ଯୋଜନା

ନୂଆଦିଲ୍ଲୀ : ଭାରତୀୟ ଗୁଇନ୍ଦା ଏଜେନ୍ସିମାନେ ଯୋଜନା କରି ତିନିଜଣ ବରିଷ୍ଠ ନେତାଙ୍କୁ ହତ୍ୟା କରିଥିବା ଖଲିସ୍ତାନ ସମର୍ଥକ ସଂସ୍ଥାଗୁଡ଼ିକ ମନେକରୁଛନ୍ତି। ସେଥିପାଇଁ ସେମାନେ ପ୍ରତିଶୋଧ ନେବାକୁ ଯୋଜନା କରୁଛନ୍ତି ବୋଲି ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଛି।

ଖବର ଅନୁଯାୟୀ ଖଲିସ୍ଥାନୀ ସଂଗଠନଗୁଡ଼ିକ ପଞ୍ଜାବର ହିନ୍ଦୁ ନେତା ଓ ବ୍ରିଟେନ, ଆମେରିକା, କାନାଡା ଓ ଅଷ୍ଟ୍ରେଲିଆ ଭଳି ଦେଶରେ ଥିବା ଭାରତୀୟ କନସୁଲେଟ ଉପରେ ହିଂସାତ୍ମକ ବିକ୍ଷୋଭ ଯୋଜନା କରୁଛନ୍ତି। ସେଥିପାଇଁ ହାଇ ଆଲର୍ଟରେ ଭାରତୀୟ ସୁରକ୍ଷା ଏଜେନ୍ସି। ଗତ ଜୁଲାଇ ୨ ତାରିଖରେ ଆମେରିକାର ସାନ୍ ଫ୍ରାନ୍ସିସ୍କୋସ୍ଥିତ ଭାରତୀୟ ଦୂତାବାସ ଆକ୍ରମଣ ପରେ ସତର୍କତାକୁ ବଢାଇ ଦିଆଯାଇଛି।

ସୂଚନାଯୋଗ୍ୟ ଗତ ମାସରେ କାନାଡ଼ାରେ ହରଦୀପ ସିଂ ନିଜାରଙ୍କୁ ହତ୍ୟା କରାଯାଇଥିଲା। ସେହିପରି ପାକିସ୍ତାନରେ ରହୁଥିବା ୬୩ ବର୍ଷୀୟ ଖଲିସ୍ତାନୀ ଆତଙ୍କବାଦୀ ପରମଜିତ ସିଂହ ପଞ୍ଜୱାରଙ୍କୁ ହତ୍ୟା କରାଯାଇଥିବା ମେ’ ମାସରେ ଜଣାପଡିଥିଲା। ଏହାଛଡା ଗତ ମାସରେ ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଯୋଜନା କରିଥିବା ଖଲିସ୍ତାନ ସମର୍ଥକ ନେତା ଅବତାର ସିଂ ଖଣ୍ଡାଙ୍କର ବ୍ରିଟେନରେ ଦେହାନ୍ତ ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button