ନିଆରା ଢଙ୍ଗରେ ସମାଜସେବୀଙ୍କ ଜନ୍ମଦିନ ପାଳନ

ଆନନ୍ଦପୁର : ଜନ୍ମ ଦିନରେ କିଏ ଭୋଜିଭାତ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରେ। କିନ୍ତୁ ସମାଜସେବୀ ତଥା ଅସହାୟଙ୍କ ବନ୍ଧୁ ଗୋପବନ୍ଧୁ ଦାସ ନିଜର ଜନ୍ମଦିନ ନିଆରା ଢଙ୍ଗରେ ପାଲନକରିଛନ୍ତି।

କେନ୍ଦୁଝର ଜିଲ୍ଲା ଘସିପୁର ନିର୍ବାଚନ ମଣ୍ଡଳୀର ଜଡାପାଳରେ ଆଦିବାସୀ ଛୁଆଙ୍କ ସହିତ ନିଜର ଜନ୍ମଦିନ ପାଳନ କରିଛନ୍ତି ଗୋପବନ୍ଧୁ। ପିଲାମାନଙ୍କୁ ପାଠ ପଢିବାପାଇଁ ସଚେତନ କରିବା ଏବଂ ପାଠ୍ୟ ଉପକରଣ ସହିତ ବିସ୍କୁଟ, ଷ୍ଟେସନାରୀ, ମିଠା ଆଦି ବଣ୍ଟନ କରିଛନ୍ତି। ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ଗ୍ରାମର ବିକାଶର ଅସ୍ପଟ ଚିତ୍ର ଦେଖିବାକୁ ମିଳିଛି। ପିଇବାପାଣି ଠୁ ଆରମ୍ଭ କରି ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ। ସରକାରି ସୁବିଧାସୁଯୋଗ ପହଞ୍ଚିବା କଷ୍ଟକର। ସଚେତନତା ଅଭାବରୁ ପିଲାମାନଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଗତି କରୁଛି। ଜିଲ୍ଲାପ୍ରଶାସନ ଏହି ଗ୍ରାମ ପ୍ରତି ଦୃଷ୍ଟିଦେବା ପାଇଁ ସମାଜସେବୀ ଗୋପବନ୍ଧୁ ଦାସ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button