ଦୁଷ୍କର୍ମ ପୀଡ଼ିତାଙ୍କ ପାଇଁ ଯୋଜନା : ମିଳିବ ସରକାରୀ ସହାୟତା

ନୂଆଦିଲ୍ଲୀ : ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମର ଶିକାର ନାବାଳିକାଙ୍କୁ କେନ୍ଦ୍ର ସରକାର ନ୍ୟାୟ ଦେବେ। ସେଥିପାଇଁ ସେମାନଙ୍କୁ ସହାୟତା ଓ ଯତ୍ନ ନେବାକୁ ପ୍ରସ୍ତାବ ଦିଆଯାଇଛି।

ଖବର ଅନୁଯାୟୀ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପୀଡ଼ିତା ମାନଙ୍କ ପାଇଁ ଏକ ଯୋଜନା କରାଯାଇଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯୌନ ନିର୍ଯାତନାର ଶିକାର ହୋଇଥିବା ଗର୍ଭବତୀ ନାବାଳିକାଙ୍କୁ ଆଶ୍ରୟ, ଖାଦ୍ୟ ଓ ଆଇନଗତ ସହାୟତା ଯୋଗାଇବା ପାଇଁ କେନ୍ଦ୍ର ସରକାର ଯୋଜନା ଆରମ୍ଭ କରିଛନ୍ତି। ମନ୍ତ୍ରଣାଳୟ ଏଥିପାଇଁ ୭୪.୧୦ କୋଟି ଟଙ୍କା ଅନୁମୋଦନ କରିଥିବା ବେଳେ ସପ୍ତାହକ ମଧ୍ୟରେ ସାରା ଦେଶରେ ଲାଗୁହେବ ବୋଲି କହିଛନ୍ତି ମନ୍ତ୍ରଣାଳୟ ଅଧିକାରୀ।

ଅନ୍ୟପକ୍ଷରେ ୨୦୨୧ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟ – ପୋସ୍କ ଅଧିନିୟମ ଅନୁଯାୟୀ ୫୧,୮୬୩ଟି ମାମଲାହୋଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଅଧିକାରୀ କରିଛନ୍ତି ସେଥିମଧ୍ୟରୁ ୬୪ ପ୍ରତିଶତ କିମ୍ବା ୩୩,୩୪୮ଟି ମାମଲା ଆଇନର ଧାରା ୩ ଓ ୫ ଅନୁଯାୟୀ ରିପୋର୍ଟ କରାଯାଇଛି। ସରକାରଙ୍କ ସହାୟତା ପୀଡ଼ିତାଙ୍କୁ ୧୮ ବର୍ଷ ବୟସ ହେବା ପର୍ଯ୍ୟନ୍ତ ରହିଛି। କିନ୍ତୁ ଏବେ ୨୩ ବର୍ଷ ବୟସ ପର୍ଯ୍ୟନ୍ତ ଯତ୍ନ ନେବା ସୁବିଧା ରଖାଯାଇଛି। କେନ୍ଦ୍ର ସରକାରଙ୍କ ଏହି ଯୋଜନା ନାବାଳିକା ପୀଡ଼ିତାମାନଙ୍କ ପ୍ରତି ବିଶେଷ ସହାୟକ ହେବ।

Leave a Reply

Your email address will not be published. Required fields are marked *

Back to top button