ୟୁସିସିକୁ ବିରୋଧ କରିବାକୁ ମୁସଲିମ ପର୍ସନାଲ ଲ’ ବୋର୍ଡର ଆହ୍ଵାନ

ନୂଆଦିଲ୍ଲୀ : ସମାନ ନାଗରିକ ସଂହିତା ବା ୟୁସିସିକୁ ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ବିରୋଧ କରିବାକୁ ଘୋଷଣା କରିଛି।

ଖବର ଅନୁଯାୟୀ ବୁଧବାର ବୋର୍ଡର ଏକ ଜରୁରୀ ବୈଠକରେ ୟୁସିସିକୁ ବିରୋଧ କରିବାକୁ ଆହ୍ଵାନ କରାଯାଇଥିଲା। ଏହି ଘଟଣାରେ ଏକ ଚିଠି ଜାରି କରାଯାଇଥିବା ବେଳେ ୟୁନିଫର୍ମ ସିଭିଲ୍ କୋଡ୍ ପ୍ରଚଳନକୁ ବିରୋଧ କରିବାକୁ ଲୋକଙ୍କୁ ନିବେଦନ କରାଯାଇଛି।

ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ଚିଠିରେ ଲେଖିଛି ଦେଶରେ ୟୁସିସି ଲାଗୁ କରିବା ପାଇଁ ବାତାବରଣ ସୃଷ୍ଟି କରାଯାଉଛି। ଏପରି କରି ଭିନ୍ନ ଧର୍ମ ଓ ଭିନ୍ନ ସଂସ୍କୃତି ଥିବା ଦେଶର ଧାର୍ମିକ ଏବଂ ସାଂସ୍କୃତିକ ସ୍ୱାଧୀନତା ଉପରେ ଆକ୍ରମଣ ହେଉଛି। ଆଇନ ଆୟୋଗଙ୍କ ଦ୍ୱାରା କରାଯାଉଥିବା ସର୍ଭେରେ ଆମକୁ ଆମର ମତାମତ ଦେବା ସହିତ ଏହାର ବିରୋଧ କରିବାକୁ ପଡିବ। ସେଥିପାଇଁ ଲୋକମାନେ ଲ କମିସନ ସାଇଟରେ ବିରୋଧ ଦର୍ଶାଇବାକୁ କୁହାଯାଇଛି।

ଅନ୍ୟପକ୍ଷରେ ୟୁସିସିକୁ ନେଇ ବିଭିନ୍ନ ମୁସଲିମ ସଂଗଠନଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି । ହଜ୍ କମିଟି ଅଧ୍ୟକ୍ଷ ମୋହସିନ ରଜା କହିଛନ୍ତି ଯେ ବର୍ତ୍ତମାନ ମୌଲବୀ ପର୍ସନାଲ ଲ’ ବୋର୍ଡ ବ୍ୟତୀତ ଅଲ୍ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ ନାହିଁ।

Leave a Reply

Your email address will not be published. Required fields are marked *

Back to top button