ଫାଇଭ-ଟି ସଚିବଙ୍କ ଗାଡିକୁ ବୌଦ୍ଧରେ ଅଣ୍ଡାମାଡ

ବୌଦ୍ଧ : ବୌଦ୍ଧରେ କଚେରୀ ଛକରେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଗାଡିକୁ ଅଣ୍ଡାମାଡ। ସେ ମ୍ୟୁଜିୟମ୍‌ରୁ ବାହାରି ହରଭଙ୍ଗା ବ୍ଲକ ଅଭିମୁଖେ ଯାଉଥିବା ବେଳେ ଅଣ୍ଡା ମାଡ଼ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ୫ଟି ସଚିବ ଭି.କେ ପାଣ୍ଡିଆନ୍‌ ଆଜି ଦିନିକିଆ ବୈଦ୍ଧ ଗସ୍ତରେ ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇ କଚେରୀ ପଡ଼ିଆରେ ଓହ୍ଲାଇଥିଲେ। ସେଠାରେ ଲୋକଙ୍କ ଅଭିଯୋଗ ଶୁଣିବା ପରେ ମହାନଦୀର ଆରତୀ ଘାଟ ଓ ବୁଣାକାର ବଜାର ବୁଲିଥିଲେ। ତା’ପରେ ମ୍ୟୁଜିୟମକୁ ଯାଉଥିଲେ। ସେହି ସମୟରେ କଂଗ୍ରେସ କର୍ମୀମାନେ ତାଙ୍କୁ କଳା ପତାକୁ ଦେଖାଇଥିଲେ। ପରେ ଭି.କେ ପାଣ୍ଡିଆନ୍‌ ହରଭଙ୍ଗା ବ୍ଲକ ଅଭିମୁଖେ ଯାଇଥିବା ସମୟରେ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିଲା। ଗୋଟିଏ ଅଣ୍ଡା ତାଙ୍କ କାରରେ ବାଜିଥିବା ଦେଖିବାକୁ ମିଳିଛି। ତେବେ କଂଗ୍ରେସ କର୍ମୀ ଅଣ୍ଡା ମାଡ଼ କରିଥିବା ଚର୍ଚ୍ଚା ହେଉଛି।

ସେହିପରି ୫ଟି ସଚିବ କଂଟାମାଲ ବ୍ଲକ ଗସ୍ତରେ ଥିବା ବେଳେ ମୁଖ୍ୟ ଫାଟକ ସମ୍ମୁଖରେ ବିଜେପିର ନେତା ଓ କର୍ମୀ କଳା ପତାକା ପଦର୍ଶନ କରିଥିଲେ। ସେମାନେ ପାଣ୍ଡିଆନ ଗୋ ବ୍ୟାକ ନାରା ଦେଇ ସଭାସ୍ଥଳକୁ ଧସେଇ ପଶିବାକୁ ଉଦ୍ୟମ କରିବାରୁ ପୋଲିସ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲା। ଗତକାଲି ମଧ୍ୟ ସୁବର୍ଣ୍ଣପୁରରେ ଆପ୍ କର୍ମୀ ଅଣ୍ଡାମାଡ କରିଥଲେ।

Leave a Reply

Your email address will not be published. Required fields are marked *

Back to top button