ଏନସିପି ଚିହ୍ନ ପାଇଁ ଅଜିତ ପାୱାରଙ୍କ ଦାବି

ନୂଆଦିଲ୍ଲୀ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ପ୍ରତିଷ୍ଠାତା ଶରଦ ପାୱାରଙ୍କୁ ପୁତୁରା ଅଜିତ ପାୱାରଙ୍କ ବିଦ୍ରୋହ। ଯାହାଫଳରେ ଅଧିକାଂଶ ବିଧାୟକ ଶରଦ ପାୱାରଙ୍କ ସାଥ ଛାଡ଼ି ଦେଇଛନ୍ତି। ଏବେ ଦଳୀୟ ଚିହ୍ନକୁ ନେଇ ବିବାଦ ଉଠିଛି।

ଖବର ଅନୁଯାୟୀ ବୁଧବାର ଦୁଇ ଗୋଷ୍ଠୀ ଅଲଗା ଅଲଗା ବୈଠକ ଡାକିଥିଲେ। ଅଜିତ ପାୱାରଙ୍କ ବୈଠକରେ ଏନସିପିର ୫୩ ବିଧାୟକଙ୍କ ମଧ୍ୟରୁ ୩୧ ବିଧାୟକ ଓ ୪ ଏମଏଲସି ଯୋଗ ଦେଇଥିଲେ। ସେହିପରି ୱାଇ.ବି. ଚୱନ କେନ୍ଦ୍ରରେ ଚାଲିଥିବା ଶରଦ ପାୱାର ଗୋଷ୍ଠୀର ବୈଠକରେ ମାତ୍ର ୧୩ ଜଣ ବିଧାୟକ ଓ ୪ ଜଣ ସାଂସଦ ଯୋଗ ଦେଇଥିଲେ। ୯ ଜଣ ବିଧାୟକ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀରେ ସାମିଲ ହୋଇନାହାନ୍ତି।

ଅନ୍ୟପକ୍ଷରେ ଅଜିତ ପାୱାର ଗୋଷ୍ଠୀର ବୈଠକରେ ଶରଦ ପାୱାରଙ୍କ ସ୍ଥାନରେ ଅଜିତ ପାୱାରଙ୍କୁ ଏନସିପିର ସଭାପତି କରିବାକୁ ନିଷ୍ପତ୍ତି ହୋଇଛି। ଏହିସହ ଏନସିପିର ଚିହ୍ନ ଘଡ଼ି ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରାଯାଇଛି। ନିର୍ବାଚନ କମିଶନଙ୍କୁ ସୂଚୀତ କରାଯାଇଛି ଜୁନ୍ ୩୦ରେ ମୁମ୍ବାଇରେ ଅନୁଷ୍ଠିତ ଏନସିପିର କାର୍ଯ୍ୟକାରିଣୀ ବୈଠକରେ ଅଜିତ ପାୱାରଙ୍କୁ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି। ଏହାକୁ ନେଇ ନିର୍ବାଚନ କମିଶନ ଗୋଟିଏ ବିବାଦ ମାମଲା ପଞ୍ଜିକୃତ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button