ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ପାଇଁ ଭାରତୀୟ ଦଳ ଘୋଷଣା

ମୁମ୍ବାଇ : ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ପାଇଁ ଭାରତୀୟ ଟିମ ଘୋଷଣା ହୋଇଛି। ଏହି ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି।

ଖବର ଅନୁଯାୟୀ ୱେଷ୍ଟଇଣ୍ଡିଜ ଗସ୍ତରେ ଭାରତ ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ ଖେଳିବ। ପ୍ରଥମ ଟେଷ୍ଟ ୧୨ରୁ ୧୬ ଜୁଲାଇ ଓ ୨ୟ ଟେଷ୍ଟ ୨୦ରୁ ୨୪ ଜୁଲାଇ ପର୍ଯ୍ୟନ୍ତ ହେବ। ସେହିପରି ଦିନିକିଆ ମ୍ୟାଚ ୨୭ ଓ ୨୯ ଜୁଲାଇ ଓ ୧ ଅଗଷ୍ଟରେ ଖେଳାଯିବ। ଟି୨୦ ସିରିଜ ୩ ଅଗଷ୍ଟରୁ ଆରମ୍ଭ ହେବ। ୬ ଅଗଷ୍ଟରେ ୨ୟ ଟି୨୦, ୮ ଅଗଷ୍ଟରେ ୩ୟ, ୧୨ରେ ୪ର୍ଥ ଓ ୧୩ ଅଗଷ୍ଟରେ ୫ମ ଟି୨୦ ଖେଳାଯିବ।

ଭାରତୀୟ ଟିମରେ ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଇଶାନ କିଷାନ, ଶୁଭମନ୍ ଗିଲ, ଯଶସ୍ୱୀ ଜୟସୱାଲ, ତିଲକ ବର୍ମା, ସଞ୍ଜୁ ସାମସନ୍, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ଉମରାନ୍ ମଲ୍ଲିକ, ଆଭେଶ ଖାନ୍, ମୁକେଶ କୁମାରଙ୍କୁ ସ୍ଥାନ ମିଳିଛି।

Leave a Reply

Your email address will not be published. Required fields are marked *

Back to top button