ଅସାମାଜିକଙ୍କ ଆଡ୍ଡା ଉପରେ ଚାଲିଲା ବୁଲଡୋଜର

ବାଲେଶ୍ଵର : ଜଳେଶ୍ୱର ତାଳସାରୀ ମେରାଇନ ଥାନା ଅନ୍ତର୍ଗତ ଉଦୟପୁର ବେଳାଭୂମିରେ ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗ ହୋଇଥିଲା। ଏହା ଉପରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହୋଇଛି।

ଖବର ଅନୁଯାୟୀ ବେଳାଭୂମିରୁ ବେଆଇନ ଘର ଉଚ୍ଛେଦ ପାଇଁ ଭୋଗରାଇ ତହସିଲ ପକ୍ଷରୁ ମାଇକରେ ପ୍ରଚାର କରାଯାଇଥିଲା। ଏହା ପରେ ପ୍ରଶାସନ ଅସମାଜିକଙ୍କ ଆଡ୍ଡାସ୍ଥଳୀରେ ବୁଲଡ଼ୋଜର ଚଳାଇଛି। ଏଥିପାଇଁ ବେଳାଭୂମିରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button