ଚଡିକୁ ନେଇ ଦୁଇ କମ୍ପାନୀ ଭିଡାଭିଡି : ବିବାଦରେ ବରୁଣ ଧାୱନ

ବର୍ତ୍ତମାନ ଅଭିନେତା ବରୁଣ ଧୱନଙ୍କ ଅଭିନୀତ ଲକ୍ସ କୋଜି ଅଣ୍ଡରୱେୟାରର ଏକ ବିଜ୍ଞାପନ ଖୁବ ଭାଇରାଲ ହେଉଛି ଲୋକେ ଏହାକୁ ବହୁତ ପସନ୍ଦ କରୁଛନ୍ତି। କିନ୍ତୁ, ଏହି ବିଜ୍ଞାପନକୁ ନେଇ ଦୁଇ ଅନ୍ତବସ୍ତ୍ର ନିର୍ମାତା ଅମୂଲ ମାଚୋ ଓ ଲକ୍ସ କୋଜି ଟଣାଓଟରା ହୋଇଛନ୍ତି। ଅମୂଲ ମାଚୋ ବ୍ରାଣ୍ଡ ନିଜର ବିଜ୍ଞାପନର କପିର ଅଭିଯୋଗ କରି ଲକ୍ସ ଇଣ୍ଡଷ୍ଟ୍ରୀଜ୍‌ ବିରୋଧରେ ଅଭିଯୋଗ ଦାଖଲ କରିଛି। 

ଏବେ ଲକ୍ସ କୋଜି ଦ୍ୱାରା ପ୍ରସାରିତ ହେଉଥିବା ଏହି ବିଜ୍ଞାପନ ଉପରେ ନିଜର ଅଧିକାର ଜାହିର କରିଛି ଅମୂଲ ମାଚୋ। ଉଭୟ କମ୍ପାନୀ ମଧ୍ୟରେ ଏହି ବିବାଦ ଏବେ ସେଲ୍ଫ ରେଗୁଲେଟରୀ ଅର୍ଗାନାଇଜେସନ ଆଡଭାର୍ଟାଇଜିଂ ଷ୍ଟାଣ୍ଡାର୍ଡ କାଉନ୍ସିଲ ଅଫ୍‌ ଇଣ୍ଡିଆ ପାଖରେ ପହଞ୍ଚି ଯାଇଛି। ତେବେ, ଏହି ଅଭିଯୋଗକୁ ଖଣ୍ଡନ କରିଛି ଲକ୍ସ ଇଣ୍ଡଷ୍ଟ୍ରୀଜ୍‌। ସେ ଏକ ୟୁନିକ ଆଇଡିଆରେ ନିଜର ଆଡ୍‌ ତିଆରି କରିଥିବା ସଫେଇ ଦେଇଛି।

Underwear ad

୨୦୦୭ରେ ପ୍ରସାରିତ ହୋଇଥିବା ଅମୂଲ ମାଚୋର ଟୋଇଙ୍ଗ୍‌ ବିଜ୍ଞାପନର କପି କରି ଲକ୍ସ ଇଣ୍ଡଷ୍ଟ୍ରୀଜ୍‌ ନିଜର ଆଡ୍‌ ତିଆରି କରିଥିବା ଅମୁଲ ମାଚୋ ବନିୟାନ ନିର୍ମାତା ଜେ.ଜେ ହୋଜେରୀ ଅଭିଯୋଗ କରିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଲକ୍ସ ଇଣ୍ଡଷ୍ଟ୍ରୀଜ୍‌ ନିଜର ଲକ୍ସ କୋଜି କଚ୍ଛା, ବନିୟାନ ପାଇଁ ଆକ୍ଟର ବରୁଣ ଧୱନଙ୍କୁ ନେଇ ଏହି ନୂଆ  ବିଜ୍ଞାପନ ପ୍ରସାରଣ କରୁଛି, ଯାହା କମ୍‌ ସମୟରେ ହିଁ ଜବରଦସ୍ତ ହିଟ୍‌ ହୋଇଛି।

Leave a Reply

Your email address will not be published. Required fields are marked *

Back to top button