୧୪ରେ ଉତକ୍ଷେପଣ ହେବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧୪ ତାରିଖରେ ‘ଚନ୍ଦ୍ରଯାନ-୩’ର ହେବ ଚନ୍ଦ୍ରକୁ ଉତକ୍ଷେପଣ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆଜି ଏହି ଘୋଷଣା କରିଛି।

ଖବର ଅନୁଯାୟୀ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଜୁଲାଇ ୧୪ ତାରିଖ ଅପରାହ୍ନ ୨ଟା ୩୫ରେ ଏହି ମହାକାଶଯାନ ପ୍ରେରଣ କରାଯିବ ବୋଲି ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଛି। ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ଘୋଷଣା କରିଛନ୍ତି ଜୁଲାଇ ୧୯ ପର୍ଯ୍ୟନ୍ତ ଉତକ୍ଷେପଣ ୱିଣ୍ଡୋ ଖୋଲା ରହିବ। ଯଦି ନିର୍ଦ୍ଧାରିତ ତାରିଖରେ ଉତକ୍ଷେପଣ ନ ହୁଏ ତେବେ ଏହାକୁ ୧୯ ତାରିଖ ପର୍ଯ୍ୟନ୍ତ ବ୍ୟାକ୍‌ ଅପ୍‌ ଡେଟକୁ ସ୍ଥାନାନ୍ତର କରାଯାଇପାରେ। ଏଥର ଏହି ମିଶନ ଚନ୍ଦ୍ରରେ ସଫଳତାର ସହ ଅବତରଣ କରିବ ବୋଲି ସୋମନାଥ ବିଶ୍ୱାସ ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button