ସ୍ତ୍ରୀ’ଙ୍କୁ ପ୍ରେମିକ ସହ ବାହା କରାଇଲେ ସ୍ଵାମୀ

ପାଟନା : ପତ୍ନୀକୁ ପ୍ରେମିକ ସହିତ ବିବାହ। ଘଟଣାଟି ବିହାରର ନୱାଡ଼ା ଜିଲ୍ଲାରେ ହାତୀଥିବା ବେଳେ ସ୍ଵାମୀ ନିଜେ ଶିବ ମନ୍ଦିରରେ ବିବାହ ସମ୍ପର୍ଣ୍ଣ କରିଛନ୍ତି। ଏହି ସମୟର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଭିଡିଓରେ ପ୍ରେମିକ ମହିଳାଙ୍କ ସିନ୍ଥିରେ ସିନ୍ଦୂର ଲଗାଇ ଦେଉଛନ୍ତି। ପ୍ରେମିକ କପାଳରେ ସିନ୍ଦୂର ଲଗାଇ ଦେବା ବେଳେ ମହିଳାଜଣକ କାନ୍ଦିଥିବା ଦୃଶ୍ୟକୁ ଉପସ୍ଥିତ ଲୋକେ ମୋବାଇଲ୍‌ କ୍ୟାମେରାରେ ଉତ୍ତୋଳନ କରୁଛନ୍ତି।

ଜାତୀୟ ଗଣମାଧ୍ୟମ ଖବର ଅନୁଯାୟୀ ସ୍ଵାମୀ କାମକୁ ବାହାରି ଯାଇଥିବା ବେଳେ ବିଳମ୍ବିତ ରାତ୍ରୀରେ ମହିଳାଜଣକ ପ୍ରେମିକଙ୍କୁ ଭେଟିବା ପାଇଁ ଯାଇଥିଲେ। କିନ୍ତୁ ଦୁହେଁ ପରିବାର ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ପରିବାର ଲୋକେ ପ୍ରେମିକଙ୍କୁ ମାରଧର କରି ଅଟକ ରଖିଥିଲେ। ଉତ୍ତ୍ୟକ୍ତ ଗ୍ରାମବାସୀ ଦୁହିଁଙ୍କୁ ଗାଁ ଛାଡ଼ି ଚାଲିଯିବାକୁ କହିଲେ। କିନ୍ତୁ ମହିଳାଙ୍କ ସ୍ଵାମୀ କାମରୁ ଫେରି ସବୁ କଥା ବୁଝିବା ପରେ ଦୁହିଁଙ୍କୁ ମନ୍ଦିରକୁ ନେଇ ସେଠାରେ ସେମାନଙ୍କର ବାହାଘର କରାଇଦେଲେ।

ସୂଚନାଯୋଗ୍ୟ ମହିଳାଙ୍କ ପ୍ରେମିକ ଜଣଙ୍କ ବିବାହିତ। ତାଙ୍କର ୩ଟି ସନ୍ତାନ ଅଛନ୍ତି। ଘଟଣା ସଂପର୍କରେ ପୋଲିସ କହିଛି ଆମେ ଏ ବିଷୟରେ ଅବଗତ ଅଛୁ। କିନ୍ତୁ ଆମ ନିକଟରେ କୌଣସି ଅଭିଯୋଗ ହୋଇନାହିଁ।

Leave a Reply

Your email address will not be published. Required fields are marked *

Back to top button