ଫାଲକନୁମା ଏକ୍ସପ୍ରେସର ୩ଟି ବଗି ଜଳିଗଲା

ବିଶାଖାପାଟଣା : ହାୱଡ଼ା-ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ବିଶାଖାପାଟଣାର ପାଗଡିପାଲି-ବୋମାଇପାଲି ନିକଟରେ ଅଗ୍ନିକାଣ୍ଡ ଘଟିଛି। ଯାତ୍ରୀମାନଙ୍କର କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ସେମାନେ ତୁରନ୍ତ ଟ୍ରେନରୁ ଓହ୍ଲାଇ ପଡିଥିଲେ। ହେଲେ ଯାତ୍ରୀଙ୍କର ଆସବାବ ପତ୍ର ପୋଡ଼ିଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସର୍ଟ ସର୍କିଟ ଯୋଗୁଁ ଟ୍ରେନରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

ଖବର ଅନୁଯାୟୀ ଜଙ୍ଗଲିଆ ରାସ୍ତାରେ ଏହି ଅଘଟଣ ଘଟିଛି। ଯାତାୟାତ ପାଇଁ କୌଣସି ଗାଡ଼ିମଟରର ସୁବିଧା ନଥିବାରୁ ଯାତ୍ରୀମାନେ୨/୩ କିମି ଚାଲି ମୁଖ୍ୟ ରାସ୍ତାରେ ପହଞ୍ଚିଥିଲେ। ସେଠାରୁ ଗନ୍ତବ୍ୟସ୍ଥଳକୁ ଯିବାକୁ ମୁଖ୍ୟ ରାସ୍ତାରେ ସରକାରଙ୍କ ପକ୍ଷରୁ ବସ୍ ଯୋଗାଇ ଦିଆଯାଇଛି। ଦକ୍ଷିଣ-କେନ୍ଦ୍ର ରେଲୱେ ସିପିଆର୍‌ଓ ସିଏଚ୍‌ ରାକେଶ କହିଛନ୍ତି ‘୩ଟି ବଗିରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡରେ କୌଣସି ଯାତ୍ରୀ ଆହତ କିମ୍ବା ମୃତ ହୋଇନାହାନ୍ତି। ନିଆଁ ଲାଗିଥିବା ବଗିଗୁଡ଼ିକୁ ଟ୍ରେନଠାରୁ ଅଲଗା କରିଦିଆ ଯାଇଛି। ଘଟଣାସ୍ଥଳରେ ଦକ୍ଷିଣ କେନ୍ଦ୍ର ରେଲୱେ ଜିଏମ୍‌ ପହଞ୍ଚିଛନ୍ତି। ତଦନ୍ତ ପରେ ନିଆଁ କିଭଳି ଲାଗିଲା ସ୍ପଷ୍ଟ ଜଣାପଡ଼ିବ।

Leave a Reply

Your email address will not be published. Required fields are marked *

Back to top button