୬ଟି ଜିଲ୍ଲା ପାଇଁ ବିଜେଡିର ନୂଆ ସଭାପତି ନିଯୁକ୍ତ

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬ଟି ଜିଲ୍ଲା ପାଇଁ ବିଜେଡିର ନୂତନ ସଭାପତି ନିଯୁକ୍ତ କରିଛନ୍ତି।

ଖବର ଅନୁଯାୟୀ ଢେ଼ଙ୍କାନାଳ ଜିଲ୍ଲା ପାଇଁ ସଭାପତି ଭାବେ ଡ଼.ନୃସିଂହ ଚରଣ ସାହୁ, ବାଲେଶ୍ୱର ପାଇଁ ଅଶ୍ୱିନୀ କୁମାର ପାତ୍ର, କୋରାପୁଟ ପାଇଁ ଝିନ ହିକକା, ବରଗଡ଼ ପାଇଁ ପ୍ରଭାସ କୁମାର ସିଂହ, ରାଉରକେଲା ପାଇଁ ହାଲୁ ମୁଣ୍ଡାରୀ ଓ ଝାରସୁଗୁଡା ଜିଲ୍ଲା ବିଜେଡିର ନୂତନ ସଭାପତି ଭାବେ ରବି ସିଂହଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ଢେଙ୍କାନାଳ ଜିଲ୍ଲା ପାଇଁ କାର୍ଯ୍ୟକାରୀ ସଭାପତି ଭାବେ ଦେବୀ ପ୍ରସାଦ ଭୁତିଆ, କୋରାପୁଟ ପାଇଁ ପ୍ରଶାନ୍ତ ଗୁପ୍ତା, ବରଗଡ଼ ପାଇଁ ସୁଶାନ୍ତ ମହାପାତ୍ରଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ମିଳିଛି।

Leave a Reply

Your email address will not be published. Required fields are marked *

Back to top button