ରାହୁଲଙ୍କ ପୁନର୍ବିଚାର ଆବେଦନ ଖାରଜ

ନୂଆଦିଲ୍ଲୀ କଂଗ୍ରେସ ନେତା ରାହୁଲ କରିଥିବା ପୁନର୍ବିଚାର ଆବେଦନକୁ ଆଜି ଗୁଜରାଟ ହାଇକୋର୍ଟ ଖାରଜ କରିଛନ୍ତି। ଫଳରେ ତଳ କୋର୍ଟଙ୍କ ନିଷ୍ପତ୍ତି ଅର୍ଥାତ ରାହୁଲଙ୍କୁ ୨ ବର୍ଷ ଜେଲଦଣ୍ଡାଦେଶ କାଏମ ରଖିଛନ୍ତି।

ଖବର ଆନଯାୟୀ ୨୦୧୯ ସାଧାରଣ ନିର୍ବାଚନ ପ୍ରଚାର ବେଳେ ରାହୁଲ ଗାନ୍ଧି କୋଲାରରେ ଭାଷଣ ଦେଇ କହିଥିଲେ କେମିତି ସମସ୍ତ ଚୋରଙ୍କ ସରନେମ ମୋଦି ? ଏହି ବୟାନକୁ ନେଇ ରାହୁଲ ଗାନ୍ଧି ଓବିସିମାନଙ୍କୁ ଅପମାନିତ କରିଥିବା ବିଜେପି ଅଭିଯୋଗ କରିଥିଲା। ଏଥିସହ ଗୁଜରାଟ ବିଜେପି ନେତା ପୁର୍ଣ୍ଣେଶ ମୋଦି କୋର୍ଟଙ୍କ ଦ୍ୱାରସ୍ଥ ହୋଇ ରାହୁଲ ଗାନ୍ଧିଙ୍କ ନାଁରେ ଅପରାଧିକ ମାନହାନୀ ମାମଲା କରିଥିଲେ। ଯାହାଫଳରେ ତାଙ୍କୁ କୋର୍ଟ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ସଂସଦର ସଦସ୍ୟତା ମଧ୍ୟ ସେ ହରାଇଥିଲେ।

ଗୁଜରାଟ ହାଇକୋର୍ଟ ଗତ ମେ’ ମାସରେ ରାହୁଲ ପାଇଥିବା ୨ ବର୍ଷ ଜେଲ ଦଣ୍ଡାଦେଶ ଉପରେ ଅନ୍ତରୀଣ ରୋକ ଲଗାଇବାକୁ ମନା କରି ଦେଇଥିଲେ। ଗ୍ରୀଷ୍ମ ଅବକାଶ ପରେ ତାଙ୍କ ଆବେଦନ ଉପରେ ରାୟ ଦେବେ ବୋଲି କୋର୍ଟ କହିଥିଲେ।

Leave a Reply

Your email address will not be published. Required fields are marked *

Back to top button