୬୩ବର୍ଷ ପରେ ବିବାହ କରିବେ ପ୍ରେମୀଯୁଗଳ

ଚର୍ଚ୍ଚାରେ ବୃଦ୍ଧ ପ୍ରେମୀଯୁଗଳଙ୍କ ପ୍ରେମକାହାଣୀ। ୬୩ବର୍ଷ ପରେ ଏକାଠି ହୋଇଥିବା ପ୍ରେମୀଯୁଗଳଙ୍କର ଖୁବଶୀଘ୍ର ବିବାହ ହେବାକୁ ଯାଉଛି।

ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ପ୍ରେମୀଯୁଗଳ ହେଲେ ଆମେରିକା ବାସିନ୍ଦା ୭୮ବର୍ଷିୟ ବୃଦ୍ଧ ଥାମସ ମେକମିକିନ ଓ ନେନସି ଗେମ୍ବେଲ। ଦୁହେଁ ହାଇସ୍କୁଲ ସମୟରେ ପରସ୍ପରକୁ ଭଲ ପାଇ ବସିଥିଲେ। କିନ୍ତୁ ବ୍ୟକ୍ତିଗତ ସମସ୍ୟା ପାଇଁ ଥାମସ ଓ ନେନସି ଅଲଗା ହୋଇ ଅନ୍ୟତ୍ର ବିବାହ କରିଥିଲେ।

ଦୀର୍ଘ ୬୩ବର୍ଷ ପରେ ୫୦ତମ ହାଇସ୍କୁଲ ରିୟୁନିଅନରେ ଥାମସ ଓ ନେନସିଙ୍କର ଭେଟାଭେଟି ହୋଇଥିଲେ। ୨୦୨୨ରେ ଏହି ପ୍ରେମୀଯୁଗଳ ପରସ୍ପର ସହିତ କଥା ହେବାକୁ ସୁଯୋଗ ପାଇଥିଲେ। ଆଉ ନିଜ ଜୀବନକୁ ନେଇ କରିଥିଲେ ଖୋଲାଖୋଲି ଆଲୋଚନା। ଏହା ଭିତରେ ଥାମସଙ୍କ ସ୍ତ୍ରୀ ଓ ନେନସିଙ୍କ ସ୍ଵାମୀଙ୍କର ମୃତ୍ୟୁ ହୋଇଯାଇଛି। ତେଣୁ ଦୁହେଁ ବାକିଥିବା ଜୀବନକୁ ସାଥୀହୋଇ କାଟିବାକୁ ନିଷ୍ପତ୍ତି ନେଇଥିଲେ ଓ ପରିବାରକୁ ଦେଇଥିଲେ ପ୍ରସ୍ତାବ। ପରିବାରଲୋକ ଦୁହିଁଙ୍କ ପ୍ରସ୍ତାବରେ ରାଜି ହୋଇ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button