Sat. Jul 20th, 2019

ଅପରାଧୀଙ୍କୁ ରାଜଧାନୀ ମନା

ଭୁବନେଶ୍ୱର : ସାଧାରଣତଃ ଅପରାଧ କରି ଅପରାଧୀ ଗିରଫ ହେଉଥିଲେ ମଧ୍ୟ ବେଲରେ ଆସିବା ପରେ ବା କାରାଦଣ୍ଡ ଶେଷ କରିବା ପରେ ପୁଣି ସେହି ଅପରାଧରେ ଲିପ୍ତ ରହୁଛନ୍ତି । ଯାହା ପୋଲିସ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ହୋଇଛି । ଯେତେ ଯାହା ଆଇନ କଲେ ମଧ୍ୟ ରାଜଧାନୀରେ ଅପରାଧ ଦିନକୁ ଦିନ ବଢି ଚାଲିଛି। ପୋଲିସ ଅନୁଯାୟୀ ହାର୍ଡ କୋର ଅପରାଧୀ ଭୁବନେଶ୍ୱରରେ ନାହାନ୍ତି । ରାଜଧାନୀରେ ଯେଉଁ ଅପରାଧ ହେଉଛି ତାହା ଡ୍ରଗ୍ସ ନିଶା ଯୋଗୁ ହେଉଛି । ତେଣୁ କମିଶନରେଟ ପୋଲିସ ନୂଆ ବ୍ୟବସ୍ଥାକୁ ଆପଣେଇବାକୁ ଯାଉଛି । ଏଣିକି କୌଣସି ଅପରାଧୀ ପୁନର୍ବାର ଅପରାଧ ଘଟାଇଲେ ତାକୁ ୨ ବର୍ଷ ପର୍ଯ୍ୟନ୍ତ କମିଶନରେଟ ପୋଲିସ ଅଞ୍ଚଳ ମନା ହେବ । ସେହିପରି ରାଜଧାନୀରେ ଡ୍ରଗ୍ସ କାରବାର ଘଟଣାରେ ବାରମ୍ବାର ଗିରଫ ହେଉଥିବା ଅଭିଯୁକ୍ତଙ୍କୁ କମିଶନରେଟ ପୋଲିସ ଅଞ୍ଚଳରୁ ନିର୍ବାସିତ କରାଯିବ । ଏହାର ସମୟ ସୀମା ୨ ବର୍ଷ ରହିବ । ଏହି ନିର୍ବାସନ ଅବଧି ଭିତରେ ଅପରାଧୀଙ୍କୁ ରାଜଧାନୀ ଭିତରକୁ ପ୍ରବେଶ କରିବା ସମ୍ପୂର୍ଣ୍ଣ ନିଷେଦ୍ଧ କରାଯିବ । ଏଥିନେଇ ଡ୍ରଗ୍ସ ବ୍ୟବସାୟୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ତାଲିକା ପ୍ରସ୍ତୁତ ହୋଇଛି । ଖୁବଶୀଘ୍ର ସେମାନଙ୍କୁ ନୋଟିସ ହେବ । ୧ ସପ୍ତାହ ଭିତରେ ୧୦ରୁ ୧୨ ଜଣ ଅପରାଧୀଙ୍କୁ କମିଶନରେଟ ପୋଲିସ ଅଞ୍ଚଳରୁ ନିର୍ବାସିତ କରାଯିବ ବୋଲି ପୁଲିସ କମିଶନର ସତ୍ୟଜୀତ ମହାନ୍ତି କହିଛନ୍ତି ।

Leave a Reply

Your email address will not be published. Required fields are marked *