ଏନ ଭାସ୍କର ରାଓ ବିଜେଡି ରାଜ୍ୟ ଉପସଭାପତି

ରାୟଗଡା : ଦକ୍ଷିଣ ଓଡିଶାରେ ପ୍ରଭାବଶାଳୀ ବିଜେଡି ନେତା ଏନ. ଭାସ୍କର ରାଓଙ୍କୁ ଦଳର ରାଜ୍ୟ ଉପସଭାପତି ଦାୟିତ୍ଵ ମିଳିଛି। ଶୁକ୍ରବାର ତାଙ୍କୁ ମନୋନୀତ କରାଯାଇଥିବାରୁ କର୍ମିଙ୍କ ମହଲରେ ଉତ୍ସାହ ଦେଖାଦେଇଛି।

ସୂଚନାଯୋଗ୍ୟ କଂଗ୍ରେସର ଗଡ ଭାବେ ପରିଚିତ ରାୟଗଡା ଜିଲ୍ଲାରେ ଦୀର୍ଘ ୫୦ବର୍ଷ ଧରି ଶ୍ରୀ ରାଓ ଅଣକଂଗ୍ରେସ ରାଜନୀତି ସହ ଜଡିତ ରହି ଦଳୀୟ ସଙ୍ଗଠନକୁ ମଜଭୁତ କରିବାରେ ସଫଳ ହୋଇଛନ୍ତି। ପୁର୍ବରୁ ସେ ବିଜେଡ଼ି ଜିଲ୍ଲା ସଭାପତି, ରାଜ୍ୟ ସାଧାରଣ ସମ୍ପାଦକ ଓ ରାଜ୍ୟ ଉପସଭାପତି ଦାୟିତ୍ୱ ତୁଲାଇଛନ୍ତି। ଏହାଛଡା ଶ୍ରୀ ରାଓ ବିଭିନ୍ନ ନିଗମର ଅଧ୍ୟକ୍ଷ, ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ଓ ରାଜ୍ୟସଭା ସାଂସଦ ହୋଇଥିଲେ।

Leave a Reply

Your email address will not be published. Required fields are marked *

Back to top button