ପତ୍ନୀକୁ ଫେରାଇଦେବାକୁ ପାକିସ୍ତାନ ଯୁବକର ମୋଦୀଙ୍କୁ ଅନୁରୋଧ

ନୂଆଦିଲ୍ଲୀ : ଭାରତୀୟ ଯୁବକଙ୍କୁ ଭଲ ପାଇଥିବା ଜଣେ ପାକିସ୍ତାନୀ ମହିଳା ସୀମା ହାଇଦର ନିଜ ପିଲାମାନଙ୍କ ସହ ଭାରତ ଚାଲି ଆସିଥିଲେ। ଏବେ ତାଙ୍କ ସ୍ଵାମୀ ପତ୍ନୀଙ୍କୁ ଫେରି ପାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି।

ଖବର ଅନୁଯାୟୀ ଜଣେ ଭାରତୀୟ ଯୁବକ ସଚିନଙ୍କ ପ୍ରେମରେ ପଡିଯାଇଥିଲେ ସୀମା ହାଇଦର ନାମକ ମହିଳା। ତିନି ଦେଶର ସୀମା ଅତିକ୍ରମ କରି ସେ ସଚିନଙ୍କୁ ଭେଟିବା ପାଇଁ ଗ୍ରେଟର ନୋଏଡାରେ ପହଞ୍ଚିଥିଲେ। ମହିଳାଙ୍କ ସହ ଥିଲେ ଚାରି ସନ୍ତାନ। ଏହି ମହିଳା ଜଣଙ୍କ ସଚିନଙ୍କ ସହ ଗ୍ରେଟର ନୋଏଡାରେ ପ୍ରାୟ ଏକ ମାସ ରହିଥିଲେ। ଏହା ଜଣାପଡିବା ପରେ ସଚିନ୍ ଓ ପାକିସ୍ତାନୀ ମହିଳାଙ୍କୁ ଗିରଫ କରାଯାଇଥିଲା। ସୀମାଙ୍କ ସ୍ୱାମୀ ଗୁଲାମ ହାଇଦର ଏକ ଭିଡିଓ ଜାରି କରି ନରେନ୍ଦ୍ର ମୋଦୀ ସରକାରଙ୍କୁ ଘଟଣାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।

ସାଉଦି ଆରବରୁ ଜାରି ଭିଡିଓରେ ଗୁଲାମ କହିଛନ୍ତି ସୀମାଙ୍କ ସହିତ ତାଙ୍କର ପ୍ରେମ ବିବାହ ହୋଇଥିଲା। ସୀମା ତାଙ୍କର ଘର ବିକ୍ରିକରି ସୁନାଗହଣା ନେଇ ଛୁଆମାନଙ୍କ ସହ ଚାଲିଯାଇଛନ୍ତି। ସେଠାରେ ସେ ଗିରଫ ହୋଇଥିବା ଗଣମାଧ୍ୟମରୁ ସୂଚନା ପାଇବାରୁ ପତ୍ନୀ ଓ ଛୁଆଙ୍କୁ ପାକିସ୍ତାନକୁ ପଠାଇଦେବାକୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button