Tue. Oct 15th, 2019

ହାଏରେ ବିଧାତା : ଶେଷରେ ଶଗଡର ଚାଲାଣ କାଟିଲା ପୋଲିସ

ନୂଆଦିଲ୍ଲୀ : ନୂଆ ମୋଟର ଭେଇକିଲ୍ ଆକ୍ଟ ଲାଗୁ ହେବା ପରେ ପୋଲିସ ଲଗାତର ଚାଲାଣ କାଟିବାରେ ଲାଗିପଡିଛି । କିନ୍ତୁ ଉତ୍ତରାଖଣ୍ଡରେ ଏକ ଆଶ୍ଚର୍ୟ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଚାଲାଣ କାଟିବାରେ ପୋଲିସ ବାବୁ ଏତେ ମଗ୍ନ ହୋଇଯାଇଥିଲେ ଯେ ସେ ଏକ ମଇଁଷି ଟଣା ଶଗଡର ଚାଲାଣ କାଟିଦେଲେ ।

ଶନିବାର ଦେହରାଦୁନର ବିକାଶନଗରର ସହସପୁର ଅଞ୍ଚଳରେ ପୋଲିସ ଏକ ମଇଁଷ ଟଣା ଶବଡର ଏମଭି ଆକ୍ଟରେ ଚାଲାଣ କାଟିଦେଇଛି । ଶବଡ ଉପରେ ୧ ହଜାର ଟଙ୍କାର ଚାଲାଣ କଟା ହୋଇଛି । ଯଦିଓ ନୂଆ ନିୟମ ଅନୁସାରେ କେଉଁଠି ବି ଶଗଡର ଚାଲାଣ କାଟିବାର କୌଣସି ନିୟମ ନାହିଁ । ଅନ୍ୟପଟେ ଚାଲାଣ କଟାଯାଇଥିବା ଚାଷୀ ଜଣକ ଏନେଇ ଚିନ୍ତିତ ଅଛନ୍ତି ।

ଘଟଣାଟି କିଛି ଏମିତି ଥିଲା । ନଦୀ ପାଖରେ ପୋଲିସକୁ ଏକ ଶଗଡ ଗାଡି ଠିଆ ହୋଇଥିବା ଦେଖିବାକୁ ମିଳିଲା । ସେହି ସମୟରେ ଚାଷୀ ଜଣକ ଶଗଡ ପାଖରେ ନଥିଲା । ଏହା ପରେ ପୋଲିସ ଶଗଡର ଚାଲାଣ କାଟିଦେଲା । ଚାଷୀ ଜଣକ ଏହା ମଧ୍ୟ ଅଭିଯୋଗ  ଲଗାଇଛନ୍ତି ଯେ ତାଙ୍କ ଅନୁପସ୍ଥିତିରେ ତାଙ୍କ ଶଗଡ ଉପରେ ଥୁଆ ହୋଇଥିବା ଜିନିଷକୁ ପୋଲିସ କେଉଁଆଡେ ଫୋପାଡି ଦେଇଛି । ତେବେ ଏହି ଘଟଣା ଏବେ ସାରା ଗାଁରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଅନ୍ଯପଟେ ଥାନାଧ୍ଯକ୍ଷ ପିଡୀ ଭଟ୍ଟ କୁହନ୍ତି ସହସପୁରରେ ଅନେକ ଲୋକ ଶଗଡକୁ ଖଣି କାମରେ ବ୍ୟବହାର କରୁଛନ୍ତି । ସେହି ସମୟରେ ମଇଁଷି ଶଗଡର ଚାଲାଣ ଖନନ କାମ ନେଇ କଟିଥାନ୍ତା । ସେଥିରେ ୮୧ ଆକ୍ଟ ଲାଗୁ ଥିଲା । କିନ୍ତୁ ପୋଲିସ ବାବୁଙ୍କୁ ଭୁଲ୍ ଯୋଗୁଁ ଏହାକୁ ଏମଭି ଆକ୍ଟ ଲେଖା ହୋଇଯାଇଥିଲା । ତେବେ ଚାଷୀଙ୍କ ଅଭିଯୋଗ ପରେ ୨ ଘଣ୍ଟାପରେ ତାଙ୍କ ଚାଲାଣ ରଦ୍ଦ କରିଦିଆଯାଇଛି ।

Leave a Reply

Your email address will not be published. Required fields are marked *