ଡିଏନ୍ ଗ୍ରୁପ୍ ମୁଖ୍ୟଙ୍କୁ ଆୟକର ବିଭାଗର ପଚରାଉଚରା

ଭୁବନେଶ୍ଵର : ଟିକସ ଫାଙ୍କି ଅଭିଯୋଗରେ ଆୟକର ବିଭାଗ ଡିଏନ୍ ଗ୍ରୁପ ଉପରେ ଆଜି ମଧ୍ୟ ଚଢ଼ଉ ଜାରି ରଖିଛି। ଟିମର ଅଧିକାରୀ ଓ କର୍ମଚାରୀମାନେ ମିଳିଥିବା ଟଙ୍କା ଓ କାଗଜପତ୍ରକୁ ନେଇ ପଚରାଉଚରା କରୁଛନ୍ତି। ସେହିକ୍ରମରେ ଡିଏନ୍ ଗ୍ରୁପର ମୁଖ୍ୟ ଜଗଦୀଶ ନାୟକ ଓ କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କୁ ମୁହାଁମୁହିଁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ବ୍ୟବସାୟିକ ସଂସ୍ଥା ଡିଏନ୍ ଗ୍ରୁପର ଭୁବନେଶ୍ଵର ନୂଆପଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମେତ ୨୩ଟି ସ୍ଥାନରେ ଚଢ଼ଉ କରାଯାଇଛି। ୟୁନିଟ୍-୪ ପୋଷ୍ଟାଲ କଲୋନିରେ ରହୁଥିବା ସଂସ୍ଥାର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ମିଳିଛି। ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରେ ଥିବା ଟଙ୍କା ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button