Sat. Jul 20th, 2019

ଚରିତ୍ରକୁ ସନ୍ଦେହ କରି ମୋ ଝିଅକୁ ହତ୍ୟା କରାଯାଇଛି : ମୃତକଙ୍କ ପିତା

ଭୁବନେଶ୍ଵର : ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମରେ ଶୁକ୍ରବାର ଦିନ ଜୈନିକ ନବ ବିବାହିତା ମହିଳାଙ୍କ ଝୁଲନ୍ତା ଶବହିଞ୍ଜିଳୀ ପୋଲିସ ଜବତ କରିଛି । ଶ୍ୱଶୁର ଘର ପକ୍ଷରୁ ମହିଳା ଜଣକ ଆତ୍ମହତ୍ୟା କରିଥିବା ନେଇ କୁହାଯାଉଥିବା ବେଳେ ଝିଅର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ହତ୍ୟା କରିଥିବା ନେଇ ଝିଅର ବାପା ହିଂଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ଏକ ମାମଲା ରୁଜୁ କରି ପୋଲିସ ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ, ହିଂଜିଳି ଥାନା ଦୟାପଲ୍ଲୀ ଗ୍ରାମର ଜଡ଼ା ମହାରଣାଙ୍କ ପୁଅ ରାଜେଶ ସହ ବ୍ରହ୍ମପୁର ଭାବିନିପୁର ଅଂଚଳର ସନ୍ତୋଷ ମହାରଣାଙ୍କ ଝିଅ ଦୀପାର ଗତ ୨୦୧୮ ମସିହା ମଇ ମାସ ୪ ତାରିଖରେ ବାହାଘର ହୋଇଥିଲା । ବିବାହର କିଛି ମାସ ପରେ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ତାକୁ ଶାରୀରିକ ଓ ମାନସିକ ନିର୍ୟ୍ୟାତନା ଦେଉଥିବା ଝିଅର ବାପା ଅଭିଯୋଗରେ ଦର୍ଶାଇଛନ୍ତି । ଶୁକ୍ରବାର ସକାଳେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଳହ ହୋଇଥିଲା । ଘର ମଧ୍ୟରେ କେହି ନଥିବାର ସୁଯୋଗ ପାଇ ଦୀପା ଏକ ଲୁଗାରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ବୋଲି ରାଜେଶ ଶ୍ୱଶୁରଙ୍କୁ ଜଣାଇଥିଲା । ଖବର ପାଇ ଝିଅର ବାପା ସନ୍ତୋଷ ଦୟାପଲ୍ଲୀ ଗ୍ରାମରେ ପଂହଚି ଘଟଣା ଦେଖି ଝିଅକୁ ହତ୍ୟା କରାଯାଇଥିବା ନେଇ ହିଂଜିଳି ଥାନାରେ ଅଭିଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *