ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଶଦ୍ରୋହ ନୁହେଁ : କୋର୍ଟ

ବେଙ୍ଗାଲୁରୁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପଶବ୍ଦ କହିବା ଅପମାନଜନକ ଓ ଦାୟିତ୍ୱହୀନ। କିନ୍ତୁ ଦେଶଦ୍ରୋହ ନୁହେଁ ବୋଲି କର୍ଣ୍ଣାଟକ ହାଇକୋର୍ଟ ଏହି ରାୟ ଦେଇଛନ୍ତି।

ଖବର ଅନୁଯାୟୀ କର୍ଣ୍ଣାଟକ ହାଇକୋର୍ଟର କଲବୁର୍ଗି ଶାଖାର ବିଚାରପତି ହେମନ୍ତ ଚନ୍ଦନଗୌଦାର ଶୁକ୍ରବାର ବିଦରର ନ୍ୟୁଟାଉନ ଥାନାରେ ରୁଜୁ ଏଫଆଇଆରକୁ ଖାରଜ କରିଥିଲେ। ଯାହାଫଳରେ ବିଦରସ୍ଥିତ ଶାହିନ ସ୍କୁଲ ପରିଚାଳନାରେ ସମସ୍ତ ଅଭିଯୁକ୍ତ ଆଲାଉଦ୍ଦିନ, ଅବଦୁଲ ଖାଲିକ, ମହମ୍ମଦ ବିଲାଲ ଇନାମଦାର ଓ ମହମ୍ମଦ ମେହତାବଙ୍କୁ କ୍ଲିନ୍ ଚିଟ୍ ମିଳିଛି। କୋର୍ଟ କହିଛନ୍ତି ଏହି ମାମଲାରେ ବିଭିନ୍ନ ଧାର୍ମିକ ଗୋଷ୍ଠୀ ମଧ୍ୟରେ ସୌହାର୍ଦ୍ଦ୍ୟ ଭଙ୍ଗ କରିବା ପାଇଁ ଆଇନର ଧାରା ୧୫୩ (ଏ) ଉପଯୁକ୍ତ ମନେ ହେଉନାହିଁ।

ଜଷ୍ଟିସ ଚନ୍ଦନଗୌଦର କହିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ ଗାଳି ଦେବା କେବଳ ଅପମାନଜନକ ନୁହେଁ ବରଂ ଦାୟିତ୍ୱହୀନ ମଧ୍ୟ। ସରକାରଙ୍କ ନୀତିକୁ ସକାରାତ୍ମକ ସମାଲୋଚନା କରିବା ଯଥାର୍ଥ। କିନ୍ତୁ ସାମ୍ବିଧାନିକ ପଦବୀରେ ଥିବା ଲୋକଙ୍କୁ କୌଣସି ନୀତିଗତ ନିଷ୍ପତ୍ତି ପାଇଁ ଅପମାନିତ କରାଯାଇପାରିବ ନାହିଁ। ଶାହିନ ସ୍କୁଲର ଜଣେ ଅଭିଯୁକ୍ତ ନିଜ ଇଣ୍ଟରନେଟ୍ ମିଡିଆ ଆକାଉଣ୍ଟରେ ଭିଡିଓ ଅପଲୋଡ୍ କରିବା ପରେ ସ୍କୁଲରେ ମଞ୍ଚସ୍ଥ ନାଟକ ସାମ୍ନାକୁ ଆସିଥିଲା। ଏହି ନାଟକରେ ମୋଦୀଙ୍କ ବିରୋଧରେ ଅପମାନଜନକ କଥା କୁହାଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button