କଂଗ୍ରେସ ଦଳ ଲୁଟର ଦୋକାନ ଓ ମିଥ୍ୟାର ବଜାର : ମୋଦୀ

ବିକାନେର : ରାଜସ୍ଥାନ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି କଂଗ୍ରେସ ଦଳ ଲୁଟର ଦୋକାନ ଓ ମିଥ୍ୟାର ବଜାର।

ଖବର ଅନୁଯାୟୀ ଆଜି ରାଜସ୍ଥାନର ବିକାନେରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ସେ କହିଥିଲେ ରାଜ୍ୟରେ ନିର୍ବାଚନ ପାଇଁ ସମୟ ଅଛି। କିନ୍ତୁ କଂଗ୍ରେସ ଏବେଠାରୁ ବିଦାୟ ନେବାକୁ ଚିନ୍ତା କରିସାରିଲାଣି। ରାଜ୍ୟରେ କଂଗ୍ରେସ ନେତୃତ୍ୱାଧୀନ ସରକାର ଗତ ଚାରି ବର୍ଷ ମଧ୍ୟରେ ଅନେକ କ୍ଷତି କରିଛନ୍ତି। ସମ୍ଭାବ୍ୟ ପରାଜୟକୁ ଦୃଷ୍ଟିରେ ରଖି ବର୍ତ୍ତମାନ ବିଦାୟ ମୋଡ଼କୁ ଚାଲି ଆସିଲେଣି।

ପ୍ରଧାନମନ୍ତ୍ରୀ କହିଲେ ରାଜ୍ୟର କିଛି ମନ୍ତ୍ରୀ ଓ ବିଧାୟକମାନେ ସେମାନଙ୍କ ସରକାରୀ ବଙ୍ଗଳା ଖାଲି କରି ନିଜ ଘରକୁ ଯିବା ଆରମ୍ଭ କରି ଦେଇଛନ୍ତି। ଦୀପ ଲିଭିବା ପୂର୍ବରୁ ଜୋରରେ ଜଳିଥାଏ। ନିଜର ପରାଜୟ ବାବଦରେ ଜାଣି କଂଗ୍ରେସ ତାହା କରୁଛି। କଂଗ୍ରେସ ରାଜସ୍ଥାନର ଲୋକଙ୍କୁ ବିଭ୍ରାନ୍ତ କରୁଛି। କିନ୍ତୁ ଆପଣଙ୍କୁ ମନେ ରଖିବାକୁ ହେବ କଂଗ୍ରେସର ଏକମାତ୍ର ଅର୍ଥ ହେଉଛି ଲୁଟର ଦୋକାନ ଓ ମିଥ୍ୟାର ବଜାର। ରାଜସ୍ଥାନର କୃଷକମାନେ ମିଥ୍ୟା ଓ ପ୍ରତାରଣା ରାଜନୀତିର ସବୁଠାରୁ ବଡ଼ ଶିକାର ହୋଇଛନ୍ତି ବୋଲି ମୋଦୀ କହିଥିଲେ।

Leave a Reply

Your email address will not be published. Required fields are marked *

Back to top button