ବୈଷ୍ଣୋଦେବୀ ଯାତ୍ରୀ ଏସବୁ ନେଇପାରିବେନି

ନୂଆଦିଲ୍ଲୀ : ଏଣିକି ବୈଷ୍ଣୋଦେବୀ ଯାତ୍ରା ସମୟରେ ଶ୍ରଦ୍ଧାଳୁମାନେ କ୍ୟାମେରା, ଲାପ୍‌ଟପ୍‌ ଓ ଟ୍ୟାବ୍‌ ନେଇପାରିବେ ନାହିଁ। ଏସବୁକୁ କଟ୍‌ରାରେ ରଖି ଯାତ୍ରା କରିବାକୁ ହେବ। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଏହାକୁ ବ୍ୟାନ୍‌ ଲଗାଯାଇଛି। କିନ୍ତୁ ମୋବାଇଲ୍‌ ଫୋନ୍‌ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ।

ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଫୋନ୍‌ ଜରିଆରେ ଶ୍ରଦ୍ଧାଳୁମାନେ ସେମାନଙ୍କ ପରିଜନଙ୍କ ସହ ଯୋଗାଯୋଗରେ ରହିଥାନ୍ତି। ତେଣୁ ଫୋନ୍‌ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ। ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କୁ ନୂଆ ନିୟମ ସମ୍ପର୍କରେ କଟ୍‌ରାରେ ଥିବା ସୂଚନା କେନ୍ଦ୍ରରେ ଘୋଷଣା କରାଯାଉଛି। ଏହାସହ ବିଭିନ୍ନ ସ୍ଥାନରେ ସାଇନ୍‌ ବୋର୍ଡ ଲଗାଯାଇଛି।

ସୂଚନାଯୋଗ୍ୟ ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ସେମାନଙ୍କ କ୍ୟାମେରା, ଲାପ୍‌ଟପ୍‌, ଟ୍ୟାବ୍‌ ଇତ୍ୟାଦିକୁ କଟ୍‌ରାରେ ପର୍ଯ୍ୟଟନ ବିଭାଗ କିମ୍ବା ମନ୍ଦିର ପ୍ରଶାସନ ଅଫିସରେ ରଖିବାକୁ ହେବ। ଏହାବ୍ୟତୀତ ଯେଉଁ ହୋଟେଲ୍‌ କିମ୍ବା ଗେଷ୍ଟହାଉସ୍‌ରେ ଶ୍ରଦ୍ଧାଳୁମାନେ ରହିବେ ସେଠାରେ ଏସବୁ ରଖିପାରିବେ। ଯଦି ବ୍ୟାନ୍‌ ହୋଇଥିବା ଜିନିଷ ନେବାକୁ ଚାହିଁବେ ତେବେ ମନ୍ଦିର ପ୍ରଶାସନ ଓ ପୋଲିସ୍‌ର ଅନୁମତି ନେବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *

Back to top button