କ୍ୟାପିଟାଲ ହସ୍ପିଟାଲରେ ମିଳିବ ୨୪ ଘଣ୍ଟିଆ ଜରୁରୀକାଳିନ ଓଟି ସେବା

ଭୁବନେଶ୍ଵର : ଏଣିକି ଜରୁରୀକାଳିନ ସ୍ଥିତିରେ ଅସ୍ତ୍ରୋପଚାର ପାଇଁ କଟକ ମେଡ଼ିକାଲକୁ ଯିବାକୁ ପଡ଼ିବ ନାହିଁ। ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ମିଳିବ ୨୪ ଘଂଟିଆ ଜରୁରୀକାଳିନ ଓଟି ସେବା।

ଖବର ଅନୁଯାୟୀ ଜରୁରୀକାଳିନ ସ୍ଥିତିରେ ଅସ୍ତ୍ରୋପଚାର ପାଇଁ କ୍ୟାପିଟାଲ ହସ୍ପିଟାଲରେ ବ୍ୟବସ୍ଥା ହୋଇଥିବା ବେଳେ ଅତ୍ୟାଧୁନିକ ଓଟି ନିର୍ମାଣ କରାଯାଇଛି। ଓଟି ପରିଚାଳନା ପାଇଁ ହୋଇଛି ତିନୋଟି ସିପ୍ଟ। ଏଥିରେ ଡାକ୍ତରଙ୍କଠାରୁ ଆରମ୍ଭ କରି ପାରାମେଡ଼ିକାଲ ଷ୍ଟୋଫ୍ ନିୟୋଜିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଯଦି କୌଣସି ରୋଗୀଙ୍କ ଚିକିତ୍ସା ପାଇଁ ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼େ ତେବେ ଆଉ ରେଫର କରିବାକୁ ପଡ଼ିବ ନାହିଁ। ଆସ୍ତ୍ରୋପଚାର ପାଇଁ ଆବଶ୍ୟକ ହେଉଥିବା ପରୀକ୍ଷା ନିରୀକ୍ଷା ପାଇଁ ଷ୍ଟାଫ ଉପସ୍ଥିତ ରହିବେ।

Leave a Reply

Your email address will not be published. Required fields are marked *

Back to top button