Tue. Oct 15th, 2019

ଭିଡିଓରେ ଦେଖନ୍ତୁ : ରାନୁ ମଣ୍ଡଲଙ୍କ ପରେ ଭାଇରାଲ ହେଲା କ୍ୟାବ୍ ଡ୍ରାଇଭରଙ୍କ ଗୀତ

ମୁମ୍ବାଇ : ସୋସିଆଲ ମିଡିଆରେ କେବେ କାହାର ଭିଡିଓ ଭାଇରାଲ ହେଇଯିବ ଏହା କହିବା କଷ୍ଟକର । ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ପଶ୍ଚିମବଙ୍ଗରେ ରହୁଥିବା ରାନୁ ମଣ୍ଡଲଙ୍କ ଏକ ଭିଡିଓ ତାଙ୍କ ଜୀବନ ବଦଳାଇଦେଇଥିଲା । କାଲି ପର୍ଯ୍ଯନ୍ତ ଯିଏ ରେଲୱେ ଷ୍ଟେସନରେ ଗୀତ ବୋଲି ଯିଏ ନିଜ ପେଟ ପୋଷୁଥିଲା ଆଜି ସିଏ ସେଲିବ୍ରିଟି । ଏହା ହେଉଛି ସୋସିଆଲ ମିଡିଆର ପାୱାର । ତେବେ ରାନୁଙ୍କ ପରେ ଏବେ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଏହି ଭାଇରାଲ ଭିଡିଓରେ ଜଣେ କ୍ୟାବ୍ ଡ୍ରାଇଭରଙ୍କ ଆୱାଜ ସୋସିଆଲ ମିଡିଆରେ ସମସ୍ତଙ୍କୁ ଦିୱାନା କରିଛି । ପ୍ରକୃତରେ ଏହି ଭିଡିଓଟି ଲକ୍ଷ୍ନୌରେ ସୁଟ୍ କରାଯାଇଛି । ଏବଂ ଏହି ଭିଡିଓରେ ଗୀତ ବୋଲୁଥିବା ବ୍ୟକ୍ତି ଜଣକ କ୍ୟାବ୍ ଡ୍ରାଇଭର ବୋଲି କୁହାଯାଉଛି । ଏହି ବ୍ଯକ୍ତିଙ୍କ ନାମ ବିନୋଦ । ସେ ‘ନଜର କେ ସାମନେ’ ଗୀତ ଗାଉଥିବା ନଜର ଆସୁଛନ୍ତି ।

ସୋସିଆଲ ମିଡିଆ ଅନେକଙ୍କୁ ସଫଳତାର ସ୍ୱାଦ ଚଖେଇଛି । ସେ ପ୍ରିୟା ପ୍ରକାଶ ୱାରିୟର ହୁଅନ୍ତୁ କିମ୍ବା ଡବ୍ବୁ ଅଙ୍କଲ କିମ୍ବା ରାନୁ ମଣ୍ଡଲ । କିଛି ବ୍ୟକ୍ତିମାନେ ଅନେକ ପ୍ରତିଭାର ଅଧିକାରୀ କିନ୍ତୁ ସେମାନଙ୍କ ଏହି ପ୍ରତିଭାକୁ ସମସ୍ତଙ୍କ ନଜରକୁ ଆଣିବାରେ ସୋସିଆଲ ମିଡିଆ ଏକ ଗୁରୁ ଦାୟିତ୍ୱ ବହନ କରୁଛି ।

Leave a Reply

Your email address will not be published. Required fields are marked *