ସିନେମା ହଲ ରେଷ୍ଟୁରାଣ୍ଟରେ ଶସ୍ତାହେବ ଖାଦ୍ୟ ଓ ପାନୀୟ

ନୂଆଦିଲ୍ଲୀ : ଏଣିକି ଅନଲାଇନ୍ ଗେମ, ଘୋଡା ଦୌଡ ଓ କାସିନୋ ଉପରେ ୨୮ ପ୍ରତିଶତ ଜିଏସଟି ଲାଗିବ। ଶସ୍ତାହେବ ସିନେମା ହଲର ରେଷ୍ଟୁରାଣ୍ଟରେ ଖାଦ୍ୟ ଓ ପାନୀୟ। ଜିଏସଟି କାଉନ୍ସିଲ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଆଇନର ସଂଶୋଧନ ପରେ କାର୍ଯ୍ୟକାରୀ ହେବ।

ଖବର ଅନୁଯାୟୀ ଜିଏସଟି ପରିଷଦର ୫୦ତମ ବୈଠକରେ ସିନେମା ଟିକେଟ୍ ସହିତ ପପକର୍ଣ୍ଣ ଓ ଥଣ୍ଡା ପାନୀୟ ଭଳି ଖାଦ୍ୟ ସାମଗ୍ରୀ ଉପରେ ଆଭିମୁଖ୍ୟ ସ୍ପଷ୍ଟ କରାଯାଇଛି। ଅର୍ଥାତ୍ ସିନେମା ହଲର ରେଷ୍ଟୁରାଣ୍ଟରେ ଖାଦ୍ୟ ଓ ପାନୀୟ ଉପରେ ୫ ପ୍ରତିଶତ ଜିଏସଟି ଦେବାକୁ ପଡିବ। ଯାହା ପୂର୍ବରୁ ୧୮ ପ୍ରତିଶତ ଥିଲା। ଜିଏସଟି ପରିଷଦ ଆପିଲ୍ ଟ୍ରିବ୍ୟୁନାଲ୍ ଗଠନକୁ ଅନୁମୋଦନ କରିଛି। ବୈଠକ ସମ୍ପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଚାରିଟି ଜିନିଷ ଉପରେ ଜିଏସଟି ହ୍ରାସ କରାଯାଇଛି। କର୍କଟ ଔଷଧ ଆମଦାନୀ ଉପରେ ଜିଏସଟି ସମାପ୍ତ କରିବାକୁ ନିଷ୍ପତ୍ତି ହୋଇଛି।

Leave a Reply

Your email address will not be published. Required fields are marked *

Back to top button