Fri. Nov 15th, 2019

୮ମାସ ବନ୍ଦ ରହିବ ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦର

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ରନ୍‌ୱେ ଦିନକୁ ଦିନ ଖରାପ ହେବାକୁ ଯାଉଛି। ଏଥିପାଇଁ ମରାମତିର ଆବଶ୍ୟକ। ତେଣୁ ବିମାନବନ୍ଦର କର୍ତ୍ତୃପକ୍ଷ ଆଗାମୀ ଦିନରେ ସାମୟିକ ଭାବେ ଆଠମାସ ପାଇଁ ଏହାକୁ ବନ୍ଦ ରଖିବାକୁ ଚିନ୍ତା କରୁଛନ୍ତି। ବିମାନବନ୍ଦର ସଂପୂର୍ଣ୍ଣ ରୂପେ ବନ୍ଦ ରହିବ ନାହିଁ। ଏହାର ଉନ୍ନତି ପାଇଁ କର୍ତ୍ତୃପକ୍ଷ ଚିନ୍ତା କରୁଥିବାରୁ ପ୍ରାୟ ୫ ମାସ ରାତିରେ ଓ ୩ ମାସ ଦିନର ବିମାନବନ୍ଦର ବନ୍ଦ ରହିବ। ଫଳରେ ଯାତ୍ରୀମାନେ ପ୍ରଭାବିତ ହେବେ ବୋଲି ପୂର୍ବାନୁମାନ କରାଯାଉଛି।

ଆଗାମୀ ନଭେମ୍ବର ୧ରୁ ୨୦୨୦ ମାର୍ଚ୍ଚ ୩୧ ଯାଏ ରାତି ୧୦ରୁ ସକାଳ ୫ଟା ୩୦ ପର୍ଯ୍ୟନ୍ତ ବିମାନବନ୍ଦର ରହିବ। ସେହିପରି ୨୦୨୦ ଏପ୍ରିଲ ୧ରୁ ଜୁନ ୩୦ ଯାଏଁ ବିମାନବନ୍ଦର ପୂର୍ବାହ୍ଣ ୧୦ଟା ୩୦ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ରହିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *