Mon. Nov 18th, 2019

ଚୀନ କମ୍ପାନି ନିର୍ମାଣ କରିବ ତାଳଚେର ସାର କାରଖାନା

ଭୁବନେଶ୍ୱର : ତାଳଚେର ସାର କାରଖାନାର ପୁନରୁଦ୍ଧାର ହେବ। ଏହିପାଇଁ ଗଠିତ ଯୁଗ୍ମ ଉଦ୍ୟୋଗ ତାଳଚେର ଫର୍ଟିଲାଇଜର୍ସ ଲିଃ ( ଟିଏଫଏଲ) ପକ୍ଷରୁ ପ୍ରକଳ୍ପର ନିର୍ମାଣ କାମ ଚୀନର ଉହୁଆନ ଇଂଜିନିୟରିଂ କମ୍ପାନିକୁ ପ୍ରଦାନ କରାଯାଇଛି। ଏହି ଚୀନ କମ୍ପାନି କୋଲ ଗ୍ୟାସିଫିକେସନ ପ୍ରକଳ୍ପ ଓ ଆମୋନିଆ/ୟୁରିଆ ପ୍ୟାକେଜ ପ୍ରକଳ୍ପ ନିର୍ମାଣ କରିବ। ୨୦୨୨-୨୩ର ୩ୟ ତିନିମାସରେ ଏହି ପ୍ରକଳ୍ପଟି କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି। ଏହି ପ୍ରକଳ୍ପ ପାଇଁ ୧୩,୨୭୭ କୋଟି ବ୍ୟୟ ହେବାକୁ ଥିବା ବେଳେ ଏଥିରୁ ବର୍ଷକୁ ୧.୨୭ ନିୟୁତ ଟନ ନିମ କୋଟେଡ ୟୁରିଆ ଉତ୍ପାଦନ ହେବ।

Leave a Reply

Your email address will not be published. Required fields are marked *