Mon. Nov 18th, 2019

ଜନ ପ୍ରତିନିଧିଙ୍କୁ ଅଣଦେଖା କରାଯାଉଛି-ବିଜେପି

ଭୁବନେଶ୍ଵର : ପ୍ରଶାସନିକ ଅଧିକାରୀ ଜନ ପ୍ରତିନିଧିଙ୍କୁ ଅଣଦେଖା କରୁଛନ୍ତି। ଆଜି ଏପରି ଅଭିଯୋଗ କରିଛନ୍ତି ବ୍ରହ୍ମଗିରିର ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ। ସେ କହିଛନ୍ତି ଫନି କ୍ଷତିଗ୍ରସ୍ତଙ୍କୁ ସହାୟତା ରାଶି ଦେବା ବେଳେ ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନ କରାଯାଉଛି। ତାଲିକା ମାଗିଲେ ପ୍ରଶାସନ ଦେଉନାହିଁ।

ସାମ୍ବାଦିକ ସମ୍ମିଳନୀରେ ଦୁଇ ବିଧାୟକ ଅଭିଯୋଗ କରିଛନ୍ତି ଯେ, ଗତ୧୫ ତାରିଖରେ ସାତପଡା ଋଣମେଳାକୁ ଡାକି ପରେ ଏସ୍‌ଏମ୍ଏସ୍‌ରେ ନଯିବାକୁ ମନା କରାଯାଇଥିଲା। ପୁରୀ ଜିଲ୍ଲାରେ ବିଜେଡିର ନେତାଙ୍କୁ ହରାଇଥିବାରୁ ବିଜେପି ବିଧାୟକଙ୍କୁ ଅଣଦେଖା କରାଯାଉଛି ବୋଲି ସେମାନେ କହିଥିଲେ।

Leave a Reply

Your email address will not be published. Required fields are marked *