ବରିଷ୍ଠ ଅଧିକାରୀ କରିବେ ଟାଟା ପାୱାର କାର୍ଯ୍ୟର ସମୀକ୍ଷା କରିବେ : ଓଇଆରସି

ଭୁବନେଶ୍ଵର : ଆସନ୍ତା ବର୍ଷ ରାଜ୍ୟରେ ଯେପରି ଚଳିତବର୍ଷ ପରି ବିଦ୍ୟୁତ୍‌ ବିଭ୍ରାଟ ଅବସ୍ଥା ସୃଷ୍ଟି ନ ହୁଏ ସେଥିପାଇଁ ଓଇଆରସି ତାଗିଦ୍‌ କରିଛି। ସେବା ସୁଧାରିବାକୁ ଟାଟା ପାୱାରକୁ କହାଯାଇଛି।

ଓଇଆରସି ନିର୍ଦ୍ଦେଶକ ପ୍ରିୟବ୍ରତ ପଟ୍ଟନାୟକ କହିଛନ୍ତି ନିର୍ଦ୍ଦିଷ୍ଟ ସମୟ ଭିତରେ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗକୁ ପ୍ରତି ମାସରେ ବରିଷ୍ଠ ଅଧିକାରୀ ବିଭିନ୍ନ ଡିସକମ୍ (ବିଦ୍ୟୁତ ବିତରଣ କମ୍ପାନି) ବୁଲି ଟାଟା ପାୱାର କାର୍ଯ୍ୟର ସମୀକ୍ଷା କରିବେ। ଭିତ୍ତିଭୂମି ପାଇଁ ଦିଆଯାଇଥିବା ୧୯ ଶହ କୋଟି ଟଙ୍କାର ତୃତୀୟ ପକ୍ଷ ଅଡିଟ ହେବ। ଓଇଆରସିର ତଦାରଖରେ ଏହି ଅଡିଟ ହେବ। ଭିତ୍ତିଭୂମି ପାଇଁ ୫ ବର୍ଷରେ ୫ ହଜାର ୬୦୦ କୋଟି ଟଙ୍କା ଟାଟା ପାୱାରକୁ ଦିଆଯିବ। ଏହା ମଧ୍ୟରୁ ୧୯୦୦ କୋଟି ଟଙ୍କା ଟାଟା ପାୱାର ଖର୍ଚ୍ଚ କରିଛି।

ଅନ୍ୟପଟରେ ଟାଟା ପାୱାର ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଅରବିନ୍ଦ ସିଂ କହିଛନ୍ତି ଆସନ୍ତାବର୍ଷକୁ ନେଇ ଆମକୁ ଯାହା ଟାସ୍କ ଦିଆଯାଇଛି ସେଇ ଲକ୍ଷ୍ୟ ପୂରଣ ଲାଗି କାମ କରିବୁ। ବର୍ତ୍ତମାନ ହାତରେ ଥିବା ଭିତ୍ତିଭୂମିକୁ ନେଇ ଆମେ କାର୍ଯ୍ୟ କରୁଛୁ। ଆଗକୁ ଏହା ଅଧିକ ବିକଶିତ ହେବ। ଆମ ପାଖରେ ପରିସ୍ଥିତିର ମୁକାବିଲା ଲାଗି ଯଥେଷ୍ଟ ଲୋକବଳ ରହିଛି। ତେଣୁ ଆଗକୁ ସେବା ଭଲ ରହିବ।

Leave a Reply

Your email address will not be published. Required fields are marked *

Back to top button