ବିରୋଧୀଙ୍କ ବେଙ୍ଗାଲୁରୁ ବୈଠକରେ ସାମିଲ ହେବେ ସୋନିଆ

ନୂଆଦିଲ୍ଲୀ : ଆସନ୍ତା ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁରେ ବସିବ ବିଜେପି ବିରୋଧୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ବୈଠକ। ଏଥିରେ ୨୪ଟି ଦଳ ସାମିଲ ହେବାର ସମ୍ଭାବନା ରହିଥିବା ବେଳେ ବୈଠକରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସାମିଲ ହେବେ। କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏହି ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମହାମେଣ୍ଟରେ ସାମିଲ ହୋଇଥିଲେ। ମୋଦୀ ବିରୋଧୀଙ୍କୁ ଏକାଠି କରିବାକୁ ସେ ବିଭିନ୍ନ ରାଜ୍ୟ ଗସ୍ତ କରି ନେତାମାନଙ୍କୁ ଭେଟିଥିଲେ। ଜୁନ୍ ୨୩ରେ ବିହାର ରାଜଧାନୀ ପାଟନାରେ ବିରୋଧୀଙ୍କ ବୈଠକ ହୋଇଥିଲା। ଏଥିରେ ୧୫ ଦଳର ପ୍ରାୟ ୨୭ ନେତା ସାମିଲ ହୋଇଥିଲେ। ଦ୍ୱିତୀୟ ପର୍ଯ୍ୟାୟ ବୈଠକରେ ବିଜେପି ବିରୋଧୀ ମେଳି ଆହୁରି ବଡ଼ ହେବ ବୋଲି କୁହାଯାଉଛି। ବେଙ୍ଗାଲୁରୁ ବୈଠକରେ ଏମଡିଏମକେ, କେଡିଏମକେ, ଭିସିକେ, ଆରଏସପି, ମୁସଲିଗ୍ ଲିଗ୍, କେରଳ କଂଗ୍ରେସ (ଜୋସେଫ), କେରଳ କଂଗ୍ରେସ (ମଣି) ସମେତ ୧୪ ଦଳ ସାମିଲ ହେବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *

Back to top button