Fri. Nov 15th, 2019

ଶିବକୁମାରଙ୍କ ହାଜତ ମିଆଦ ୧୪ଦିନ ବଢିଲା

ନୂଆଦିଲ୍ଲୀ : ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କ ବିଚାର ବିଭାଗୀୟ ହାଜତକୁ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ଆଉ ୧୪ ଦିନ ବୃଦ୍ଧି କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀର ଆରଏମଏଲ ହସପିଟାଲରେ ସ୍ୱାସ୍ଥ୍ୟପରୀକ୍ଷା କରିବା ପରେ ତାଙ୍କୁ ସେଠାରେ ରଖାଯିବ କିମ୍ବା ତିହାର ଜେଲରେ ରଖାଯିବ ନିଷ୍ପତ୍ତି ନିଆଯିବ।
ଗତ ୧୩ ତାରିଖରେ ଶିବକୁମାରଙ୍କ ହାଜତ ମିଆଦକୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ୧୭ ପର୍ଯ୍ୟନ୍ତ ବଢାଇଥିଲେ। ଆଜି ମିଆଦ ଶେଷ ହୋଇଥିଲା। ସେ ତଦନ୍ତରେ ସହଯୋଗ କରୁନାଥିବା ଇଡି କୋର୍ଟଙ୍କୁ ଜଣାଇବା ସହିତ ହାଜତ ମିଆଦ ବଢାଇବାକୁ ଆବେଦନ କରିବାରୁ କୋର୍ଟ ଏହାକୁ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *