ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ

ନୂଆଦିଲ୍ଲୀ : ଇସ୍ରୋର ବହୁ ପ୍ରତିକ୍ଷିତ ଚନ୍ଦ୍ରଯାନ-୩ର ଆଜି ସଫଳ ଉତକ୍ଷେପଣ ହୋଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅପରାହ୍ନ ୨ଟା ୩୫ ମିନିଟରେ ଚନ୍ଦ୍ରଯାନ-୩ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଛି।

ଖବର ଅନୁଯାୟୀ ଭାରତ ଇତିହାସ ଆଜି ରଚିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ଲଞ୍ଚ ପ୍ୟାଡରୁ ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯାଇଛି ଚନ୍ଦ୍ରଯାନ-୩। ଯାହା ଉପରେ ରହିଛି ସମସ୍ତ ଭାରତୀୟଙ୍କ ନଜର।

Leave a Reply

Your email address will not be published. Required fields are marked *

Back to top button