ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ : ଅଜିତ ପାୱାରଙ୍କୁ ମିଳିଲା ଅର୍ଥ ବିଭାଗ

ମୁମ୍ବାଇ : ମହାରାଷ୍ଟ୍ରର ଶିବସେନା-ବିଜେପି ସରକାରରେ ସାମିଲ ହୋଇଥିବା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ହୋଇଥିଲେ। ଆଜି ତାଙ୍କୁ ଅର୍ଥ ବିଭାଗ ମିଳିଥିବା ବେଳେ ଅନ୍ୟ ୮ ଏନ୍‌ସିପି ନେତାଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି।

ଖବର ଅନୁଯାୟୀ ଛଗନ ଭୁଜବଳଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି ସୁରକ୍ଷା ବିଭାଗ ଦିଆଯାଇଛି। ଧରମରାଓ ବାବା ଅତରମଙ୍କୁ ଔଷଧ ଓ ପ୍ରଶାସନ, ଦିଲୀପ ବଲସେ ପାଟିଲଙ୍କୁ ସମବାୟ, ଧନଞ୍ଜୟ ମୁଣ୍ଡେଙ୍କୁ କୃଷି, ହାସନ ମୁଶରିଫଙ୍କୁ ଡାକ୍ତରୀ ଶିକ୍ଷା, ଅନୀଲ ପାଟିଲଙ୍କୁ ରିଲିଫ ଓ ଥଇଥାନ ସହିତ ବିପର୍ଯ୍ୟୟ ପରିଚାଳନା ବିଭାଗ ଦିଆଯାଇଛି। ସେହିପରି ମନ୍ତ୍ରୀ ଅଦିତି ତାଟକାରେଙ୍କୁ ଶିଶୁ କଲ୍ୟାଣ ବିଭାଗ ଦିଆଯାଇଥିବା ବେଳେ ସଞ୍ଜୟ ବନସୋଡ଼େଙ୍କୁ କ୍ରୀଡ଼ ଓ ଯୁବ କଲ୍ୟାଣ ବିଭାଗ ମିଳିଛି।

ସୂଚନାଯୋଗ୍ୟ ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ ମନ୍ତ୍ରୀଭାବେ ଜୁଲାଇ ୨ ତାରିଖରେ ଶପଥ ନେଇଥିଲେ। କିନ୍ତୁ ବିଭାଗ ବଣ୍ଟନ ହୋଇନଥିଲା। କାରଣ ଅଜିତ ପାୱାର ଅର୍ଥ ଓ ତାଙ୍କ ଦଳର ଅନ୍ୟ ସଦସ୍ୟଙ୍କ ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି ସୁରକ୍ଷା ସହିତ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାବି କରିଥିଲେ। ସେଥିପାଇଁ ବିଭାଗ ବଣ୍ଟନରେ ବିଳମ୍ବ ହେଲା ବୋଲି କୁହାଯାଉଛି। ଅର୍ଥ ବିଭାଗ ପୂର୍ବରୁ ବିଜେପି ନେତା ତଥା ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ପାଖରେ ଥିଲା। ଏବେ ତାଙ୍କ ହାତରେ ଗୃହ ବିଭାଗ ସହିତ ଆଉ କିଛି ବିଭାଗ ଦାୟିତ୍ୱ ରହିଛି।

Leave a Reply

Your email address will not be published. Required fields are marked *

Back to top button