ଭାରତ ଆସିଥିବା ପ୍ରେମିକାକୁ ବିକିବାକୁ ପ୍ରେମିକର ଯୋଜନା

ନୂଆଦିଲ୍ଲୀ : ପ୍ରେମରେ ଅନ୍ଧ ହୋଇ ଭାରତ ପଳାଇ ଆସିଥିବା ଯୁବତୀଙ୍କୁ ଧୋକା। କେବଳ ଧୋକା ନୁହେଁ ପ୍ରେମିକାକୁ ବିକ୍ରୀ କରିବାକୁ ଯୋଜନା କରିଥିଲା ପ୍ରେମିକ। ପଶ୍ଚିମବଙ୍ଗର ଏହି ଘଟଣା ଏବେ ସାମ୍ନାକୁ ଆସିଛି।

ଖବର ଅନୁଯାୟୀ ବାଂଲାଦେଶ ଯୁବତୀ ସପଲା ଅଖତର ପ୍ରେମରେ ପଡି ସୀମା ପାର୍ ହୋଇ ଭାରତ ଚାଲିଆସିଥିଲେ। ସେ ବେଆଇନ୍ ଭାବେ ଆସିଥିଲେ ହେଁ ପ୍ରେମିକ ସହିତ ଯାଇ ସିଲିଗୁଡିରେ ରହିଥିଲେ। ହେଲେ ସପଲା ଜାଣିପାରିଲେ ପ୍ରେମିକ ତାଙ୍କୁ ନେପାଳରେ ବିକ୍ରି କରିବାକୁ ଯୋଜନା କରିଛି। ତେଣୁ ପ୍ରେମିକକୁ ଛାଡି ସେ ଫେରାର୍ ହେଇଯାଇଥିଲେ। ସିଲିଗୁଡି ରେଲୱେ ଜଙ୍କସନରେ ଟ୍ରେନ୍ ଧରିବାକୁ ଅପେକ୍ଷା କରିଥିବା ବେଳେ ଜଣେ ସ୍ୱେଚ୍ଛାସେବୀଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା। ସପଲା ସବୁ କଥା କହିବା ପରେ ଏ ଖବର ପୋଲିସ ପାଖରେ ପହଞ୍ଚିଥିଲା। ପୋଲିସ ଯୁବତୀକଙ୍କୁ ଗିରଫ କରି ଗୁରୁବାର ସିଲିଗୁଡି କୋର୍ଟରେ ହାଜର କରିଛି। କିନ୍ତୁ ଯୁବତୀ ଦଲାଲ ପ୍ରେମିକର ସୂଚନା ମିଳିନି। ପୋଲିସ ଖୋଜିବା ଆରମ୍ଭ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button