୬୦ ଫୁଟ ତଳକୁ ଖସିଲା ରାମେଶ୍ୱର ମନ୍ଦିରର ଦଧିନଉତି

ଭୁବନେଶ୍ୱର : ବିଜୁଳି ଓ ଘଡ଼ଘଡ଼ି ମାରିବାରୁ ରାଜଧାନୀ ଭୁବନେଶ୍ଵର ମାଉସୀ ମା’ ଛକରେ ଥିବା ରାମେଶ୍ୱର ମନ୍ଦିରର ଦଧିନଉତି ୬୦ ଫୁଟ ତଳକୁ ଖସି ପଡ଼ିଥିବା ଜଣାପଡିଛି।

ଖବର ଅନୁଯାୟୀ ରାମେଶ୍ୱର ମନ୍ଦିରର ଦଧିନଉତି ତଳକୁ ଖସି ପଡ଼ିବା ପରେ ସେଠାରେ ଉପସ୍ଥିତ ବ୍ରାହ୍ମଣ ଓ ପୂଜା କରିବାକୁ ଆସିଥିବା ଲୋକେ ଭୟଭୀତ ହୋଇ ଯାଇଥିଲେ। ପରେ ବୈଷୟିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମନ୍ଦିରରେ କୌଣସି ଫାଟ ଥାଇପରେ ବୋଲି ଅନୁମାନ କରାଯାଉଛି। ବର୍ଷା ଛାଡ଼ିବା ପରେ ମନ୍ଦିରର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button