ଚନ୍ଦ୍ରଯାନ-୩ ଟିମ୍‌ରେ କେନ୍ଦ୍ରାପଡାର ପୁଅ

କେନ୍ଦ୍ରାପଡା : ଡେରାବିଶ ବ୍ଳକ ମୁକୁନ୍ଦପୁର ଗ୍ରାମର ଶୁଭାଶିଷ ନାୟକ। ଚନ୍ଦ୍ରଯାନ-୩ ଅଭିଯାନରେ ସାମିଲ ହୋଇଥିବା ଶୁଭାଶିଷ ଏବେ ଚର୍ଚ୍ଚାକୁ ଆସିଛନ୍ତି।

ଖବର ଅନୁଯାୟୀ ଶୁଭାଶିଷ ୨୦୦୯ରେ ଦୋହଳିସ୍ଥିତ ବିବି ମଡେଲ୍‌ ହାଇସ୍କୁଲରୁ ମାଟ୍ରିକ ପାସ୍‌ କରିଥିଲେ। ଜଣେ ଟେକ୍‌ନିସିଆନ୍ ହେବାପାଇଁ ପ୍ରଥମେ ଆଇଟିଆଇ ପଢିଥିଲେ। ପରେ ସିଟିଟିସିରେ ତିନିବର୍ଷ ପଢି ଇସ୍ରୋରେ ପାଇଥିଲେ ନିଯୁକ୍ତି। ୨୦୧୮ ମସିହାରୁ ସେ ଇସ୍ରୋରେ କାର୍ୟ୍ୟରତ ଅଛନ୍ତି।

ଚନ୍ଦ୍ରପୃଷ୍ଠକୁ ଉତ୍‌କ୍ଷେପଣ ହୋଇଥିବା ଏଲ୍‌ଭିଏମ୍-୩ ଫ୍ୟାଟ୍‌ବୟ ନିର୍ମାଣରେ ନିୟୋଜିତ ଥିବା ଟେକ୍‌ନିସିଆନ୍ ଟିମ୍‌ରେ ସାମିଲ ହୋଇଥିଲେ ଶୁଭାଶିଷ। ଚନ୍ଦ୍ରାୟନର ସଫଳ ଉତ୍‌କ୍ଷେପଣ ଓ ଏହାର ନିର୍ମାଣ ଟିମ୍‌ରେ ଶୁଭାଶିଷ ରହିଥିବା ଜଣାପଡ଼ିବା ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କ ପରିବାରକୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଶୁଭାଶିଷଙ୍କ ବାପା ମଳୟ ନାୟକ ଜଣେ ବ୍ୟବସାୟୀ। ଚାନ୍ଦୋଳ ବଜାରରେ ତାଙ୍କର ପୂଜା ସାମଗ୍ରୀ ଦୋକାନ ରହିଛି। ମା ନିର୍ମଳା ନାୟକ ଜଣେ ଗୃହିଣୀ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button