ହାତିଗଡ ଆଦର୍ଶ ବିଦ୍ୟାଳୟର ଛାତ ଓ କାନ୍ଥ ଫାଟି ଆଁ, ତଦନ୍ତ ଦାବିକଲା ବିଜେପି ପ୍ରତନିଧିଦଳ

ଜଳେଶ୍ଵର : ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ଜଳେଶ୍ୱର ବିଜେପିର ଏକ ପ୍ରତିନିଧି ମଣ୍ଡଳୀ କାଳିକ ପଞ୍ଚାୟତର ହାତୀଗଡ଼ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେମାନେ ବିଦ୍ୟାଳୟର ଛାତ ଫାଟିଥିବା ଓ ଅନ୍ୟ ସମସ୍ୟାର ଅନୁଧ୍ୟାନ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ୬ କୋଟି ୨୦ ଲକ୍ଷ ଅଟକଳରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହୋଇଛି। ୨୦୨୦ ଫେବୃଆରୀ ୧୩ ତାରିଖରେ ସ୍ଥାନୀୟ ବିଧାୟକଙ୍କ ଦ୍ଵାରା ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଗତ ମାର୍ଚ୍ଚ ମାସରେ ଏହାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଉଦଘାଟନ କରିଥିଲେ। କିନ୍ତୁ ଆଦର୍ଶ ବିଦ୍ୟାଳୟର ଛାତ ଓ କାନ୍ଥ ଫାଟି ଥିବାରୁ ବର୍ଷା ପାଣି ପଡୁଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଏବିଷୟରେ ବିଭାଗୀୟ ଅଧିକାରୀ ଓ ସମ୍ପୃକ୍ତ ଠିକାଦାରଙ୍କୁ ଜଣେଇ ଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ସ୍କୁଲ ଶିକ୍ଷକ ଓ କର୍ମଚାରୀ କହିଛନ୍ତି।

ଏହି ପ୍ରତିନିଧି ମଣ୍ଡଳୀରେ ସାଂସଦଙ୍କ ବ୍ଲକ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ସାଂସଦଙ୍କ ପୌର ପ୍ରତିନିଧି ତଥା ନଗର ସଭାପତି ଫାଲ୍ଗୁନୀ ପାଣିଗ୍ରାହୀ, ଜିଲ୍ଲା ଉପସଭାପତି ସାବିତ୍ରୀ ଜେନା, ଯୁବନେତା ସିଦ୍ଧାର୍ଥ ଶଙ୍କର ପାଲ, ମଣ୍ଡଳ ସଭାପତି ତରୁଣ ପଟ୍ଟନାୟକ ଓ ତପନ କୁମାର ବିଶ୍ୱାଳ, ରାଜପୁର ନାଏବ ସରପଞ୍ଚ ଅରବିନ୍ଦ ମଣ୍ଡଳ ଓ ଦୁଲା ହାଁସଦା ପ୍ରମୁଖ ଗସ୍ତ କରିଥିଲେ। ସେମାନେ ନିମ୍ନମାନର ନିର୍ମାଣ ନେଇ ତଦନ୍ତ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button