Sat. Jul 20th, 2019

ବିଜୁଳି ଯୋଗାଣ ଠିକ୍ ନହେଲେ ରଦ୍ଦ ହେବ କମ୍ପାନୀ ଲାଇସେନ୍ସ

ବନୂଆଦିଲ୍ଲୀ : ଉପଭୋକ୍ତାମାନଙ୍କୁ ସଠିକ ଭାବେ ବିଜୁଳି ଉପଲବ୍ଧ ନକରାଇଲେ ଦାୟିତ୍ଵ ତୁଲାଉଥିବା କମ୍ପାନୀର ଲାଇସେନ୍ସ ରଦ୍ଦ କରାଯିବ । ଏହାଛଡା ନିର୍ଦ୍ଧାରିତ ସମୟରେ ଟ୍ରାନ୍ସଫର୍ମର ନଲଗାଇଲେ ଜୋରିମାନା କରାଯିବା । ଏହି ଅର୍ଥ ଉପଭୋକ୍ତାଙ୍କ ଖାତାକୁ ଯିବ ବୋଲି ଶକ୍ତିମନ୍ତ୍ରୀ ଆରକେ ସିଂହ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ବିଜୁଳି ଚୋରି ରୋକିବା ସହ ୨୪ ଘଣ୍ଟା ବିଜୁଳି ଯୋଗାଇ ଦେବାକୁ ନରେନ୍ଦ୍ର ମୋଦୀ ସରକାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନାରେ ବିଜୁଳି ଚୋରି ରୋକିବା ପାଇଁ କେବୁଲ ମାଟି ତଳେ ବିଛାଯାଇ ବିଦ୍ୟୁତ୍ ସଂଯୋଗ ଦିଆଯିବ। ଏହା ସହିତ ପୂରା ଦେଶରେ ଏବେ ସ୍ମାର୍ଟ ମିଟର ଲାଗିବ। 

Leave a Reply

Your email address will not be published. Required fields are marked *