ଅପରାଧ ତାଲିକାରୁ ହଟିବ ୩୪୦୦ଟି ଅପରାଧ

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ। ଏହି ଅଧିବେଶନକାଳରେ ଦିଲ୍ଲୀ ସର୍ଭିସ, ଡାଟା ପ୍ରୋଟେକ୍ସନ, ଜନ ବିଶ୍ଵାସ, ଫରେଷ୍ଟ କଞ୍ଜରଭେସନ ଓ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହେବାର ସମ୍ଭାବନା ରହିଛି। କିନ୍ତୁ ଏହାକୁ ବିରୋଧୀମାନେ ବିରୋଧ କରି ଆସୁଥିବାରୁ ଏଥିପାଇଁ କେନ୍ଦ୍ର ସରକାର ବ୍ୟାପକ ପ୍ରସ୍ତୁତ ଚଳାଇଛନ୍ତି।

ଖବର ଅନୁଯାୟୀ ଜନ ବିଶ୍ୱାସ ବିଲ୍ ୨୦୨୨ରେ ୪୨ଟି ଆଇନର ୧୮୧ଟି ବ୍ୟବସ୍ଥାରେ ସଂଶୋଧନ ସହ ଅପରାଧିକ ବ୍ୟବସ୍ଥାକୁ ଯୁକ୍ତିଯୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯୁଗ୍ମ କମିଟିକୁ ପଠାଯିବା ପୂର୍ବରୁ ସଂସଦର ଗତ ଅଧିବେଶନରେ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ ଦେଶରେ ଏପରି ଅନେକ ଆଇନ ଅଛି ଯେଉଁଥିରେ ସାମାନ୍ୟ ଅପରାଧ ପାଇଁ ଦଣ୍ଡର ବ୍ୟବସ୍ଥା ରହିଛି। ଯେଉଁଥିପାଇଁ ଅନେକ ସମୟରେ ବ୍ୟକ୍ତିବିଶେଷଙ୍କୁ ନ୍ୟାୟପାଳିକାର ଦ୍ୱାରସ୍ଥ ହେବାକୁ ପଡ଼ିଥାଏ। ଏହି ପ୍ରସ୍ତାବିତ ଆଇନରେ ଥିବା ପୁରୁଣା ବ୍ୟବସ୍ଥାଗୁଡ଼ିକୁ ଉଚ୍ଛେଦ ହେଲେ ଅଦାଲତ ଉପରେ ବୋଝ ହ୍ରାସରେ ସହାୟକ ହେବ।

ଜନବିଶ୍ଵାସ ବିଲର ପ୍ରସ୍ତାବ ଅନୁସାରେ ପ୍ରାୟ ୩୪୦୦ଟି ସାମାନ୍ୟ ଧରଣର ବେଆଇନ କାର୍ଯ୍ୟକୁ ଅପରାଧ ଶ୍ରେଣୀରୁ ବାଦ ଦିଆଯାଇ ଜରିମନା ବ୍ୟବସ୍ଥା କରାଯିବ। ଏସବୁ ଅପରାଧର ଏକ ବଡ଼ ଭାଗ ମୁଖ୍ୟତଃ ଶିଳ୍ପ, ବ୍ୟବସାୟ, ସହ ସଂପର୍କିତ ବୋଲି ସୂଚନା ରହିଛି।

Leave a Reply

Your email address will not be published. Required fields are marked *

Back to top button