Tue. Oct 15th, 2019

ବାଲେଶ୍ଵର ଗୁଳିମାଡ଼ ଘଟଣାରେ ୪ ଗିରଫ

ଭୁବନେଶ୍ଵର : ବାଲେଶ୍ୱର ରେମୁଣାସ୍ଥିତ ସରକାରୀ ମେଡିକାଲ କଲେଜ ଛକରେ ଘଟିଥିବା ଗୁଳିମାଡ଼ ଘଟଣାର ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଏମାନେ ହେଲେ ଚାନ୍ଦିପୁର ଅଞ୍ଚଳର ନୂଆନଈ ଗ୍ରାମର ସେଖ୍‌ ଇସାକ୍‌ ଅଲ୍ଲି, ରଣସାହି ଗ୍ରାମର ସଂଗ୍ରାମ ଓରଫ୍‌ ସର୍ବେଶ୍ୱର ମଲ୍ଲିକ, ଗୋପାଳଗାଁର ବାଘ ଓରଫ୍‌ ସିଦ୍ଧାର୍ଥ ଶଙ୍କର ବାଗ ଓ ନୂଆଗାଁର ରାଜୁ ଓରଫ୍‌ ରାଜେନ୍ଦ୍ର ପ୍ରଧାନ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ପୋଲିସ ଜାଣିବାକୁ ପାଇଛି। ଅଭିଯୁକ୍ତଙ୍କ ଠାରୁ ଦେଶୀବନ୍ଧୁକ, ୫ଟି ଜୀବନ୍ତଗୁଳି, ଖଣ୍ଡା, ୫ଟି ମୋବାଇଲ ସମେତ ୩ଟି ବାଇକ୍‌ ଜବତ କରାଯାଇଥିବା ଏସ୍‌ଡିପିଓ ପ୍ରଭାସ ଚନ୍ଦ୍ର ପାଲ ଗୁରୁବାର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *