ସାନଖେମୁଣ୍ଡିରୁ ନକଲି ଡାକ୍ତର ଗିରଫ

ବ୍ରହ୍ମପୁର : ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତା ବାବୁଲ କ୍ଲିନିକରୁ ଜଣେ ନକଲି ଡାକ୍ତରଙ୍କୁ ଦିଗପହଣ୍ଡି ପୋଲିସ ଗିରଫ କରିଛି। ତାଙ୍କ ନାଁ ଶୁଭ୍ରଜିତ ପଣ୍ଡା। ଘର ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁ’ରେ ବୋଲି ଜଣାପଡ଼ିଛି।

ଖବର ଅନୁଯାୟୀ ଶୁଭ୍ରଜିତ ନିଜକୁ ଦିଲ୍ଲୀ, ଭୁବନେଶ୍ୱର ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଭିଜ୍ଞ ଡାକ୍ତର କହି ଚିକିତ୍ସା କରୁଥିଲେ। ପୂର୍ବରୁ ଫେବୃଆରୀ ୨୦୨୦ରେ ତେଲେଙ୍ଗାନା ପୋଲିସ ତାଙ୍କୁ ଗିରଫ କରି ଜେଲ ପଠାଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ କହି ଡାକ୍ତର ସମ୍ମିଳନୀକୁ ଯାଇଥିବାରୁ ସେ ଗିରଫ ହୋଇଥିଲେ। ଶୁଭ୍ରଜିତ ପଣ୍ଡାଙ୍କର ମାତ୍ର ୨୪ ଦିନ ତଳେ ବାହାଘର ହୋଇଛି। ପୋଲିସ ସାନଖେମୁଣ୍ଡି ଓ କଟକର ରାଣୀହାଟରେ ଥିବା ଘରୋଇ କ୍ଲିନିକ ସହିତ ଶୁଭ୍ରଜିତଙ୍କ କଟକ ଭଡ଼ା ଘରେ ମଧ୍ୟ ତଦନ୍ତ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button