Tue. Oct 15th, 2019

ଗୁଗଲ୍‌ ଆପ୍‌ରେ ଓଡ଼ିଆ ସ୍ଥାନ ପାଇବ

ଏବେ ଇଣ୍ଟରନେଟ୍‌ର ଚାହିଦା ବଢୁଛି। ଅଧିକରୁ ଅଧିକ ଯୋଡି ହେଉଛନ୍ତି ଗୁଗଲ୍‌ ପ୍ଲାଟଫର୍ମରେ। ବିଭିନ୍ନ ଆପ୍ଲିକେସନ୍‌ ସବୁ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେଉଥିବା ବେଳେ ଓଡ଼ିଆ ଭାଷାଭାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି ଗୁଗଲ୍‌। ଗୁଗଲ୍‌ର ଲୋକପ୍ରିୟ ନ୍ୟୁଜ୍‌ ଫିଡ୍‌ ଆପ୍ଲିକେସନ୍‌ ‘ଗୁଗଲ୍‌ ଡିସ୍କଭର୍‌’ରେ ଭାଷା ଓଡ଼ିଆ ସ୍ଥାନ ପାଇବ।

ପୂର୍ବରୁ ତାମିଲ, ତେଲଗୁ, ବଙ୍ଗଳା, ଗୁଜରାଟୀ, ମରାଠୀ, କନ୍ନଡ଼ ଓ ମାଲାୟଲମ୍‌ ଗୁଗଲ ଆପ୍ଲିକେସନ୍‌ରେ ସ୍ଥାନ ପାଇଥିଲା। ଏବେ ଓଡ଼ିଆ ସହିତ ଉର୍ଦ୍ଦୁ ଓ ପଞ୍ଜାବୀ ମଧ୍ୟ ‘ଗୁଗଲ୍‌ ଡିସ୍କଭର୍‌’  ଆପ୍ଲିକେସନ୍‌ରେ ଉପଲବ୍ଧ ହେବ। ପରେ ଅନ୍ୟ ଆପ୍‌ରେ ଓଡ଼ିଆ ବିକଳ୍ପ ରହିବ। ଫଳରେ ଇଂରାଜୀ ଓ ଅନ୍ୟ ଭାଷା ଜାଣିଥିଲେ ମଧ୍ୟ ସହଜରେ ସ୍ମାର୍ଟଫୋନ୍‌ ବ୍ୟବହକାରୀ ବିଭିନ୍ନ ପ୍ଲାଟଫର୍ମରେ ଇଣ୍ଟରନେଟ୍‌ର ମଜା ନେଇପାରିବେ। ବିଶେଷ କରି ନ୍ୟୁଜ୍‌ ଫିଡ୍‌ ଏବଂ ଆର୍ଟିକିଲ୍‌ ଫିଡ୍‌ ଯୋଗେ ଲୋକେ ସ୍ଥାନୀୟ ଅଞ୍ଚଳର ଖବର ଅତି ସହଜରେ ଜାଣିପାରିବେ।

Leave a Reply

Your email address will not be published. Required fields are marked *