ଅଭିନେତ୍ରୀ ମୋନା କହିଲେ କାଷ୍ଟିଂ କାଉଚର ଶିକାର ହୋଇଛି

ମୁମ୍ବାଇ : ଟେଲିଭିଜନରେ ପ୍ରଦର୍ଶିତ ‘ଜସ୍ସୀ ଜୈସୀ କୋଇ ନହିଁ’ ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ମୋନା ସିଂହ କାଷ୍ଟିଂ କାଉଚର ଶିକାର ହୋଇଥିବା ସ୍ଵୀକାର କରିଛନ୍ତି। ତାଙ୍କର ଏହି ଚାଞ୍ଚଲ୍ୟକର ବୟାନ ଏବେ ଚର୍ଚ୍ଚାର ଖୋରାକ ଯୋଗାଇଛି।

ଖବର ଅନୁଯାୟୀ ଅଭିନେତ୍ରୀ ମୋନା ଟେଲିଭିଜନ ଦୁନିଆରୁ ବାହାରି ଓଟିଟି ଦୁନିଆରେ ପାଦ ଥାପିଛନ୍ତି। ତାଙ୍କୁ ୱେବ ସିରିଜ ‘କଫସ’ରେ ଦେଖିବାକୁ ମିଳିଛି। ଏଥିରେ ମୋନା ଜଣେ ଯୁବକଙ୍କ ମା’ଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଅନ୍ୟପକ୍ଷରେ ମୋନା ଖୋଲାଖୋଲି କହିଛନ୍ତି ମୁଁ କାଷ୍ଟିଂ କାଉଚର ଶିକାର ହୋଇଛି। କିନ୍ତୁ ‘ଜସ୍ସୀ ଜୈସୀ କୋଇ ନହିଁ’ ମିଳିବା ପୂର୍ବରୁ ଏହା ମୋ ସହିତ ଘଟିଛି। ସେହି ସମୟ ଥିଲା ଯେତେବେଳେ ମୁଁ ଅଡିସନ ପାଇଁ ପୁଣେରୁ ମୁମ୍ବାଇ ଆସିଥିଲି। ସେତେବେଳେ ମୁଁ ଏମିତି କିଛି ଲୋକଙ୍କୁ ଭେଟିଥିଲି ଯାହାଙ୍କୁ ଭେଟିବା ପରେ ମୋତେ ଭୟ ଲାଗିଥିଲା। ଅସ୍ଵାଭାବିକ ଅନୁଭବ ହୋଇଥିଲା। କ’ଣ କରିବି କିଛି ଚିନ୍ତା କରି ପାରି ନଥିଲି। କାରଣ ମୋ ସହିତ ସେତେବେଳେ କିଛି ବି ଘଟି ପାରିଥାଆନ୍ତା। ଯାହାକୁ ମୁଁ କଳ୍ପନା କରି ନଥିଲି।

ମନରେ ସାହାସ ଜୁଟାଇ ଥିଲି। ପରିସ୍ଥିତିରେ ହାର ମାନି ନଥିଲି। ସାମ୍ନାକୁ ଯେକୌଣସି ପରିସ୍ଥିତି ଆସିଥିଲା ମୁଁ ଲଢ଼ି ଥିଲି। ପ୍ରଥମେ ମୁଁ ମୋର ସମ୍ମାନ ଜଗିଥାଏ ତା’ପରେ ଆଗକୁ ବଢ଼ିଥାଏ। ‌ମୋର କର୍ମକୁ ବିଶ୍ବାସ କରିଥ‌ାଏ। କାମରେ କେବେ ହେଳା କରେ ନାହିଁ। ତେଣୁ ଆଜିଯାଏ ମୋତେ ଛୁଇଁବା ପାଇଁ ବି କେହି ସାହାସ କରି ‌ନାହାନ୍ତି। ଆଉ ମୁଁ ମୋ ଲକ୍ଷ୍ୟ ପଥରେ ଏବେ ବି ଆଗେଇ ଚାଲିଛି।

Leave a Reply

Your email address will not be published. Required fields are marked *

Back to top button