ମଧ୍ୟପ୍ରଦେଶରେ ଓଡ଼ିଶାର ପ୍ରେମିକ-ପ୍ରେମିକା ଅଟକ

ଭୁବନେଶ୍ୱର : ପତ୍ନୀଙ୍କୁ ଛାଡ଼ି ପ୍ରେମିକା ସହ ଜୀବନ ବିତାଇବା ଷଡଯନ୍ତ୍ର ଫେଲ। ଗଡବଡ ହୋଇଗଲା ଯୋଜନା। ଲିଙ୍ଗିପୁର ପାଖ ଦୟା ନଦୀ ନିକଟରୁ ଅପହରଣ ନେଇ ପତ୍ନୀଙ୍କୁ ସୂଚନା ଦେଇଥିବା ଡେଲିଭରି ବଏ ପତିତପାବନ ପୃଷ୍ଟି ଓରଫ ଚିକୁନ ଓ ପ୍ରେମିକାକୁ ମଧ୍ୟପ୍ରଦେଶ ପୋଲିସ ଅଟକ ରଖିଛି। ଏ କଥା ଜଣାପଡିବା ପରେ ଘଟଣାଟି ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ଗତ ଶନିବାର ରାତିରୁ ଚିକୁନ୍‌ ଓ ରବିବାର ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ନିଖୋଜ ହୋଇ ଯାଇଥିଲେ। ଯୁବତୀଙ୍କ ପରିବାର ଲୋକ ଏନେଇ ଗୋପ ଥାନାରେ ଅଭିଯୋଗ କରିଥିଲେ। ଚିକୁନ ସେମାନଙ୍କ ଝିଅକୁ ଅପହରଣ କରି ନେଇଥିବା ଗଣମାଧ୍ୟମକୁ କହିଥିଲେ। ଯୁବତୀଙ୍କ ପିତା-ମାତାଙ୍କ ଅଭିଯୋଗ ଥିଲା ସେମାନଙ୍କ ଘର ନିକଟରେ ଚିକୁନର ସମ୍ପର୍କୀୟ ମାଉସୀ ଘର। ଚିକୁନ ବିଭିନ୍ନ ସମୟରେ ଏଠାକୁ ଆସୁଥିବା ବେଳେ ସେମାନଙ୍କ ଝିଅ ସହ ସମ୍ପର୍କ ସ୍ଥାପନ ହୋଇଥିଲା। ଏପରିକି ବିବାହ ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୮ ମାସ ତଳେ ଚିକୁନ ଅହଲ୍ୟାଙ୍କୁ ବିବାହ କରିଥିଲେ ମଧ୍ୟ ସେମାନଙ୍କ ସମ୍ପର୍କ ପୂର୍ବପରି ଥିଲା।

ଗତ ରବିବାର ରାତିରେ ହଠାତ୍‌ ଝିଅ ନିଖୋଜ ହୋଇ ଯାଇଥିବା ବେଳେ ଏକ ହାତଲେଖା ଚିଠି ଛାଡ଼ି ଯାଇଛି। ସେଥିରେ ସେ ଚିକୁନକୁ ଭଲ ପାଉଥିବା ସ୍ପଷ୍ଟ କରିଥିବା ବେଳେ ଘର ପାଖର ଜଣେ ସାଙ୍ଗ ଜରିଆରେ ଚିକୁନ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିବା ଲେଖିଛି। ସୂଚନାଯୋଗ୍ୟ ବଳଙ୍ଗା ଥାନା ଅଧୀମ ମୌଜାବେଗ୍‌ ଗାଁର ଚିକୁନ ୮ ମାସ ପୂର୍ବେ ରାମଚଣ୍ଡି ଥାନା ଅଧୀନ ତରୋପରା ପଞ୍ଚାୟତ ମଲିଆତୁଠ ଗାଁର ଅହଲ୍ୟା ପରିଡାଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ଉଭୟ ଭୁବନେଶ୍ୱର ଚାଲି ଆସି ଧଉଳି ଥାନା ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ। ଚିକୁନ ଡେଲିଭରି ବୟ ଭାବେ କାମ କରୁଥିଲେ। କିନ୍ତୁ ଗତ ଶନିବାର ଚିକୁନ ଗ୍ୟାରେଜ କରିବା ନିମନ୍ତେ ୧୫ ହଜାର ଟଙ୍କା ଧରି ଘରୁ ବାହାରି ଯାଇଥିଲେ। ଆଉ ରାତିରେ ସ୍ତ୍ରୀଙ୍କୁ ଭଏସ୍‌ ମେସେଜ ପଠାଇ ତାଙ୍କୁ କେହି ଛୁରୀ ଭୁଷି ନେଇ ଯାଉଥିବା ଜଣାଇଥିଲେ। ଏନେଇ ଧଉଳି ପୋଲିସ୍‌ ଖୋଜାଖୋଜି ଆରମ୍ଭ କରିଥିଲେ ହେଁ ଚିକୁନଙ୍କୁ ଠାବ କରାଯାଇ ପାରି ନଥିଲା। ହେଲେ ଲିଙ୍ଗିପୁର ପାଖ ଦୟା ନଦୀ ନିକଟସ୍ଥ ରାସ୍ତାରୁ ତାଙ୍କର ଚପଲ, ବ୍ୟାଗ୍‌, ମନିପର୍ସ ଓ ଗଞ୍ଜି ମିଳିଥିଲା।

Leave a Reply

Your email address will not be published. Required fields are marked *

Back to top button