Tue. Oct 15th, 2019

କୁଲାଇଲୋ ଅସ୍ଥି ଚିକିତ୍ସା କେନ୍ଦ୍ର ଉପରେ ବୋମା ମାଡ଼

ଭୁବନେଶ୍ଵର : ଆଠଗଡ଼ ଥାନା ଅନ୍ତର୍ଗତ କୁଲାଇଲୋ ଠାରେ ଥିବା ଏକ ଆୟୁର୍ବେଦିକ ଅସ୍ଥି ଚିକିତ୍ସାଳୟ ଉପରକୁ ଗୁରୁବାର ବୋମା ମାଡ଼ ହୋଇଛି। ଦୁଇଜଣ ବାଇକ୍‌ ଆରୋହୀ ଦୁର୍ବୃତ୍ତ ଅନନ୍ତ ବେଉରା ଆୟୁର୍ବେଦିକ ଅସ୍ଥି ଚିକିତ୍ସା ସେବା ସଦନ ଉପରକୁ ରାତି ପ୍ରାୟ ୩ଟା ବେଳେ ବୋମା ଫିଙ୍ଗିଥିବା ପ୍ରତିଷ୍ଠାନର ମାଲିକ ପ୍ରତାପରୁଦ୍ର ବେଉରା ଅନୁମାନ କରୁଛନ୍ତି। ପୁରୁଣା ବିବାଦକୁ କେନ୍ଦ୍ରକରି ବୋମା ଫିଙ୍ଗାଯାଇଥିବା ସେ କହିଛନ୍ତି। ବୋମା ମାଡରେ ପ୍ରତିଷ୍ଠାନର କିଛି ଅଂଶ ଭାଙ୍ଗିରୁଜି ଯାଇଥିବା ବେଳେ ଆଠଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *